fbpx

ନବଜାତକର ଦୁଇଟି ମୁଣ୍ଡ ଓ ତିନୋଟି ହାତ! ମହିଳାଙ୍କ ଗର୍ଭରୁ ଜନ୍ମନେଲା ଏକ ଅଜବ ପ୍ରକାରର ଶିଶୁ

ନୂଆଦିଲ୍ଲୀ: ଅନେକ ସମୟରେ କେତେକ ମହିଳାଙ୍କ ଗର୍ଭରୁ ଅଜବ ପ୍ରକାରର ଶିଶୁ ଜନ୍ମ ନେଇଥାନ୍ତି । ଏପରି ଅନେକ ଉଦାହରଣ ପୂର୍ବରୁ ଦେଖାଯାଇଛି । କାହାର ଦୁଇଟି ମୁଣ୍ଡ ତ, କାହାର ଗୋଟିଏ ହାତ, କାହାର ଗୋଟିଏ ଗୋଟିଏ କାନ ତ କାହାର ମୁହଁ ପଟି ପଶିଯାଇଥିବା ଦେଖିବାକୁ ମିଳିଥାଏ । ଏପରି ଶିଶୁ ଜନ୍ମନେଲେ ତାହା ପିତାମାତାଙ୍କୁ ଅଧିକ କଷ୍ଟ ଦେଇଥାଏ । ତେବେ ନିକଟରେ ମଧ୍ୟପ୍ରଦେଶରେ ଏକ ବିରଳ ଶିଶୁ ଜନ୍ମ ନେଇଛି ।

ଜଣାପଡ଼ିଛି ଯେ, ରତଲାମ ଜିଲ୍ଲାରେ ଜଣେ ମହିଳା ଏପରି ଅଜବ ଧରଣର ଶିଶୁକୁ ଜନ୍ମ ଦେଇଛନ୍ତି । ଶିଶୁଟିର ଦୁଇଟି ମୁଣ୍ଡ, ତିନୋଟି ହାତ ଜନ୍ମରୁ ରହିଛି । ତେବେ ଏହି ଶିଶୁଟିକୁ ଦେଖିବା ପରେ ଡାକ୍ତରଙ୍କ ହୋସ୍ ଉଡ଼ିଯାଇଥିଲା ଓ ସଙ୍ଗେସଙ୍ଗେ ତାକୁ ଇନ୍ଦୋର ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ । ଶିଶୁଟିର ତୃତୀୟ ହାତଟି ଦୁଇ ମୁହଁର ମଧ୍ୟରେ ପଛପଟେ ରହିଛି । ଶିଶୁଦ୍ୱୟ ଯମଜ ଜଣାପଡ଼ୁଥିବା ବେଳେ ସେମାନଙ୍କର ଅବସ୍ଥା ଗୁରୁତର ରହିଛି ।

ଏନେଇ ଡାକ୍ତର କରିଛନ୍ତି ଯେ, ଅଧିକାଂଶ କ୍ଷେତ୍ରରେ ଏପରି ଶିଶୁମାନେ ମାତୃଗର୍ଭରେ ମୃତ୍ୟୁବରଣ କରିଥାନ୍ତି । ଯଦି ଜନ୍ମନିଅନ୍ତି, ତେବେ ୪୮ ଘଣ୍ଟାରୁ ଅଧିକ ସମୟ ସେମାନେ ଜୀବିତ ରହି ପାରନ୍ତି ନାହିଁ । ଏଥିପାଇଁ ସର୍ଜରୀ କରାଇବା ବିକଳ୍ପ ରହିଛି । ଏହାପରେ ବି ୬୦ରୁ ୭୦ ପ୍ରତିଶତ ଶିଶୁ ବଞ୍ଚି ପାରନ୍ତି ନାହିଁ ।

Get real time updates directly on you device, subscribe now.