fbpx

ଶ୍ରୀନଗରରେ CRPF ବଙ୍କର ଉପରେ ଆକ୍ରମଣ: ବୁର୍ଖା ପିନ୍ଧି ମହିଳା ପକାଇଲେ ପେଟ୍ରୋଲ ବୋମା, ଦେଖନ୍ତୁ VIDEO

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଜଣେ ମହିଳା ସିଆରପିଏଫ୍ ବଙ୍କର ଉପରେ ପେଟ୍ରୋଲ ବୋମା ଫିଙ୍ଗିଥିବା ମାମଲା ସାମ୍ନାକୁ ଆସିଛି । ଏହି ଆକ୍ରମଣ ଘଟଣା ସୋପୋରରେ ଘଟିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବୁର୍ଖା ପିନ୍ଧିଥିବା ଜଣେ ମହିଳା ପେଟ୍ରୋଲ ବୋମା ଫିଙ୍ଗି ପଳାଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି ।

ସୋପୋରରୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକମାନେ ପୂର୍ବପରି ରାସ୍ତାରେ ଯିବା ଆସିବା କରୁଥିଲେ । ତା’ପରେ ହାତରେ ବ୍ୟାଗ ଧରି ମାସ୍କ ପିନ୍ଧିଥିବା ଜଣେ ମହିଳା ସେଠାରେ କିଛି ସମୟ ଅଟକିଥିଲେ । ସେ ଯେଉଁଠାରେ ଅଟକି ଯାଇଥିଲେ ସେଠାରେ ବ୍ୟାରିକେଡିଂ ମଧ୍ୟ କରାଯାଇଛି ଏବଂ ବ୍ୟାରିକେଡିଂ ନିକଟରେ ଏକ ସିଆରପିଏଫ୍ ବଙ୍କର ରହିଛି ।

ମାସ୍କ ପିନ୍ଧିଥିବା ମହିଳା କିଛି ସେକେଣ୍ଡ ପାଇଁ ଚାରିପାଖକୁ ଚାହିଁଥିଲେ । ତା’ପରେ ସେ ବ୍ୟାଗରୁ ପେଟ୍ରୋଲ ବୋମା ବାହାର କରି ବଙ୍କର ଉପରେ ପକାଇବା ପରେ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଯେତେବେଳେ ମାସ୍କଧାରୀ ମହିଳା ଅଟକିଥିଲେ, ଯାଉଥିବା ରାସ୍ତାରେ ଯାଉଥିବା ଜଣେ ପୁରୁଷ ଦେଖିଥିଲେି, କିନ୍ତୁ ତାଙ୍କୁ କୌଣସି ଫରକ୍ ପଡିନଥିଲା । ମହିଳା ଜଣକ ବ୍ୟାଗ ଭିତରୁ ଏକ ପେଟ୍ରୋଲ ବୋମା ବାହାର କରି ବଙ୍କର୍ ଆଡକୁ ଫିଙ୍ଗିଥିଲେ ।

ପେଟ୍ରୋଲ ବୋମା ଫିଙ୍ଗିବା ମାତ୍ରେ ନିଆଁ ଲାଗିଯାଏ । ସୁରକ୍ଷା କର୍ମୀମାନେ ପାଣି ଢ଼ାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ବଙ୍କର ଉପରେ ହୋଇଥିବା ପେଟ୍ରୋଲ ବୋମା ଆକ୍ରମଣରେ କୌଣସି ଯବାନ ଆହତ ହୋଇନାହାନ୍ତି ।

ଅନ୍ୟପଟେ ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀଙ୍କୁ ମିଳିଛି ଏକ ବଡ଼ ସଫଳତା । ଶ୍ରୀନଗରର ରାଇନାୱାରୀ ଅଞ୍ଚଳରେ ବିଳମ୍ବିତ ରାତିରେ ଲଶ୍କର-ଏ-ତାଇବାର ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ହତ୍ୟା କରିଛି ସୁରକ୍ଷା ବାହିନୀ । ନିହତ ଆତଙ୍କବାଦୀଙ୍କ ନିକଟରୁ ପୋଲିସ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ଆପତ୍ତିଜନକ ଜିନିଷ ଜବତ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଆତଙ୍କବାଦୀ ସାମ୍ବାଦିକ ଥିବା ଜଣାପଡିଛି ।

Get real time updates directly on you device, subscribe now.