fbpx

ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ନମ୍ବର ୧: ଚାଉଳ ଓ ଶୀତଳ ଭଣ୍ଡାରକୁ ନେଇ କ’ଣ କହିଲେ ମନ୍ତ୍ରୀ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଅଚଳ ହୋଇ ପଡିଛି ୯୭ଟି ଶୀତଳ ଭଣ୍ଡାର । ରାଜ୍ୟରେ ଥିବା ୧୨୩ଟି ଶୀତଳ ଭଣ୍ଡାରରୁ ୯୭ଟି ଅଚଳ ହୋଇ ପଡିଛି ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ ।

ଏହା ସହ ଆହୁରି କହିଛନ୍ତି ଯେ, ଯେହେତୁ ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା ୪ ଟଙ୍କା ୩୦ ପଇସା ରହିଛି । ତେଣୁ ରାଜ୍ୟ ସରକାର ଓଇଆରସି କୁ ପ୍ରସ୍ତା୍ୱ ଦେଇଛନ୍ତି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପ ରେ ପରିଣତ କରିବା ପାଇଁ । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାର ରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି ।

ଏହା ସହ ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶ କୁ ୭୦୦ ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏନେଇ ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇଛନ୍ତି ।

Get real time updates directly on you device, subscribe now.