fbpx

ଋଷ-ୟୁକ୍ରେନ ଯୁଦ୍ଧରୁ ଭାରତର ଏହି ରାଜ୍ୟକୁ ମିଳିବ ବଡ ଫାଇଦା: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଚଣ୍ଡୀଗଡ: ଋଷ-ୟୁକ୍ରେନ ମହାଯୁଦ୍ଧ ଏବେ ୩୫ ଦିନରେ ପହଞ୍ଚିଛି । ତେବେ ଏହି ଉଭୟ ରାଷ୍ଟ୍ରର ଯୁଦ୍ଧ ପାଇଁ ଅନ୍ୟ ସମସ୍ତ ଦେଶ ଚିନ୍ତାରେ ପହିଥିବା ବେଳେ ଭାରତକୁ ଏଥିରେ ଖୁବ ଲାଭ ମିଳିବାକୁ ଯାଉଛି । ଏହି ଯୁଦ୍ଧ ପାଇଁ ପଞ୍ଜାବକୁ ଏକ ବଡ ଫାଇଦା ହୋଇପାରେ । ଏହି ଯୁଦ୍ଧ ବିଶ୍ୱ ସ୍ତରରେ ଗହମର ଅଭାବ ପରିଲକ୍ଷିତ କରିବା ନେଇ ଆଶଙ୍କା ସଷ୍ଟି କରିଛି । ତେଣୁ ବେସରକାରୀ ବ୍ୟବସାୟୀ ଏମଏସପି ଠାରୁ ଅଧିକ ଦାମରେ ଗହମ କିଣି ପାରନ୍ତି । ଏହାଦ୍ୱାରା ଚାଷୀମାନେ ଖୁବ ଲାଭବାନ ହୋଇପାରିବେ ।

ରାଜ୍ୟର ବିଭିନ୍ନ ମଣ୍ଡିର କମିଶନ ଏଜେଣ୍ଟସଙ୍କ କହିବା ଅନୁଯାୟୀ, ପୁରୁଣା ଷ୍ଟକ ବଜାରରେ ଗହମର ମୂଲ୍ୟ କ୍ୱିଣ୍ୟାଲ ପିଛା ୨,୨୫୦ରୁ ୨,୩୦୦ ଟଙ୍କା ରହିଛି । ତେବେ ଋଷ ଏବଂ ୟୁକ୍ରେନ ଗହମର ଦୁଇ ବଡ ଉତ୍ପାଦକ ହୋଇଥିବା ବେଳେ ଯୁଦ୍ଧ ପାଇଁ ଆମଦାନୀ-ରପ୍ତାନୀ ବାଧାପ୍ରପ୍ତ ହେବ । ତେଣୁ ଏମଏସପିରୁ ଖୁବ ଉଚ୍ଚ ଦାମରେ ବିକ୍ରି ହେବ ଗହମ । ତେଣୁ ଏବେ ସରକାରଙ୍କୁ ଗହମ ବିକିବା ଅପେକ୍ଷା ଷ୍ଟକ କରିବା ପାଇଁ ଚିନ୍ତା କରିବେ । କାରଣ ଗହମର ମୂଲ୍ୟ ଏବେ ୨,୫୦୦ରୁ ୩,୦୦୦ ଟଙ୍କା/କ୍ୱିଣ୍ଟାଲରେ ବିକ୍ରି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଗାମୀ କିଛି ଦିନରେଅନେକ ବିଦେଶୀ ମଧ୍ୟ ଗହମ କିଣିବା ପାଇଁ ଆସିବେ ବୋଲି କୁହାଯାଉଛି ।

Get real time updates directly on you device, subscribe now.