fbpx

ପ୍ରେରଣା ଗ୍ରୀନ ଆର୍ମି ସବୁଜ ବିଶ୍ୱ ଅଭିଯାନ: ସମ୍ମାନିତ ହେଲେ ସାମ୍ବାଦିକା ଅନୁରାଧା ବାରିକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଆୟୋଜିତ ହୋଇଯାଇଛି ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା ଅଭିଯାନ’ । ଏହି ଅଭିଯାନ ପାଇଁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲୋଗୋ ଉନ୍ମୋଚନ କରିବା ସହିତ ସମସ୍ତଙ୍କୁ ପୁରସ୍କୃତ କରିଥିଲେ । ବିଶିଷ୍ଟ ଅତିଥି ରୂପେ ପୂର୍ବତନ କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ପଦ୍ମଭୂଷଣ କବି ରମାକାନ୍ତ ରଥ ଯୋଗ ଦେଇଥିଲେ । ତାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ପ୍ରରଣା ଇଣ୍ଟରନେସନାଲ ଗ୍ରୀନ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ପ୍ରଯୋଜିକା ବିନି ସାମଲ, ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ ଡଃ ସୁଭାଷ ଚନ୍ଦ୍ର ନାୟକ, ସମାଜସେବୀ ତଥା ଶିକ୍ଷାବିତ ଲାୟନ୍ସ ସ୍ମୃତିସୁଧା ନାୟକ, ଶିକ୍ଷାବିତ ଡଃ ପତିତପାବନ ପଣ୍ଡା, ସାମ୍ବାଦିକା ଅନୁରାଧା ବାରିକ, ସୁସ୍ମିତା ମିଶ୍ର ଏବଂ ଅଭିନେତ୍ରୀ ନମ୍ରତା ସିଂହଦେଓ, ତୃପ୍ତି ସାହୁ, ନୀଲ ପଣ୍ଡା, ଆଲିସା ବ୍ରହ୍ମା, ମାନସୀ ପାଲ, ସ୍ନିଗ୍ଧା ଏବଂ ଚଳିତବର୍ଷର ଶ୍ରେଷ୍ଠ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରଯୋଜିକା ବିନି ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ।

ଅନୁରାଧା କେବଳ ଜଣେ ସାମ୍ବାଦିକା ନୁହନ୍ତି ବରଂ ନିରନ୍ତର ଭାବରେ ନିଜକୁ ସମାଜସେବା ସହିତ ଜଡିତ ରଖିଥାନ୍ତି । ରାସ୍ତାକଡରେ ବସବାସ କରୁଥିବା ପଶୁପକ୍ଷୀଙ୍କ ଯତ୍ନ ନେବା ପାଇଁ ଏକାଧିକ ସଙ୍ଗଠନ ସହିତ ମିଶି କାମ କରିଥାନ୍ତି । ଏହା ସହିତ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରିଥାନ୍ତି ଅନୁରାଧା । ସାମ୍ବାଦିକତା ପେଶା ହୋଇଥିଲେ ହେଁ ନୃତ୍ୟ ପ୍ରତି ରହିଛି ଅନୁରାଧାଙ୍କ ଦୁର୍ବଳତା । ଶିଶିର ସରଶ ହେଉ ଅଥବା ଆଦିବାସୀ ମେଳା ଯେଉଁଠାରେ ସୁଯୋଗ ମିଳେ ନିଜ ନୃତ୍ୟ ପ୍ରତିଭାର ନିଦର୍ଶନ ଦେଖାଇଥାନ୍ତି ଅନୁରାଧା ।

Get real time updates directly on you device, subscribe now.