fbpx
BSKY
BJD SHG SKY
BJD MC SKY

କଙ୍ଗନା ରଣାଓ୍ଵତଙ୍କୁ ନିଜ ଫିଲ୍ମରେ ନେବାକୁ ଚାହାନ୍ତି ନାହିଁ କାଶ୍ମୀର ଫାଇଲ୍ସର ନିର୍ଦ୍ଦେଶକ, କହିଲେ କାରଣ

ନୂଆଦିଲ୍ଲୀ: ବଲିଉଡର ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଯେବେଠୁ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଦେଖିଛନ୍ତି ତେବେଠୁ ସେ ଫିଲ୍ମର ପ୍ରଶଂସା କରି ଚାଲିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଏବଂ ଭିଡିଓ ଜରିଆରେ  କଙ୍ଗନା ରଣାଓ୍ଵତ ବଲିଉଡର ସେହି ହସ୍ତୀଙ୍କୁ ଟାର୍ଗେଟ୍ କରୁଛନ୍ତି, ଯେଉଁମାନେ ଫିଲ୍ମକୁ ନେଇ ଏ ପର୍ଯ୍ୟନ୍ତ ନିରବ ରହିଛନ୍ତି। ଏହା ବ୍ୟତୀତ କଙ୍ଗନା ଅନୁପମ ଖେରଙ୍କୁ ମଧ୍ୟ ଖୁବ୍ ପ୍ରଶଂସା କରିଥିଲେ। ଏହା ପରେ ଏବେଠୁ ଚର୍ଚ୍ଚା ଜୋର ଧରିଛି ଯେ, ବିବେକ ନିଜର ଆଗାମୀ ଫିଲ୍ମରେ କଙ୍ଗନାଙ୍କୁ ନିଶ୍ଚୟ ନେବେ। ଏବେ ଏକ ସାକ୍ଷାତକାରରେ ବିବେକ ଅଗ୍ନିହୋତ୍ରୀ ଏହା ଉପରେ ନିଜର ନିରବତା ଭାଙ୍ଗିଛନ୍ତି।

ବଲିଉଡ ହଙ୍ଗାମା ସହ ଆଲୋଚନା ସମୟରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ସେ କଙ୍ଗନା ରଣାଓ୍ଵତଙ୍କୁ ନିଜର ଆଗାମୀ ଫିଲ୍ମ ପାଇଁ ସାଇନ୍ କରୁ ନାହାନ୍ତି। ସାମାଜିକ ଗଣମାଧ୍ୟମରେ ଯାହା ବି ଖବର ଚାଲୁଛି, ତାହା ସବୁ ଗୁଜବ ଏବଂ ମିଥ୍ୟା। ସତ କହିବାକୁ ଗଲେ ମୁଁ ଏବେ ମଧ୍ୟ ନିଜର ଆଗାମୀ ଫିଲ୍ମ ବିଷୟରେ କିଛି ଚିନ୍ତା କରି ନାହାନ୍ତି। ବିବେକ ଅଗ୍ନିହୋତ୍ରୀ ଏହି ସମୟରେ ନିଜର ଆଗାମୀ ଫିଲ୍ମ ଦ ଦିଲ୍ଲୀ ଫାଇଲ୍ସର ରିଲିଜକୁ ନେଇ ଉତ୍ସାହିତ ଏବଂ ଏହାର ପ୍ରସ୍ତୁତିରେ ଜୁଟି ଯାଇଛନ୍ତି।

ବିବେକ ଅଗ୍ନିହୋତ୍ରୀ କହିଛନ୍ତି, ତାଙ୍କ ଫିଲ୍ମକୁ କୌଣସି ଷ୍ଟାରଙ୍କ ଆବଶ୍ୟକତା ନାହିଁ। ତାଙ୍କୁ କେବଳ କଳାକାର ଦରକାର। ୧୨ ବର୍ଷ ପୂର୍ବେ ଯେବେ ବିବେକ ଅଗ୍ନିହୋତ୍ରୀ ନିଜର ଯାତ୍ରା ଆରମ୍ଭ କଲେ, ସେ ନିଜ ହିସାବରେ ଫିଲ୍ମ ପ୍ରସ୍ତୁତ କରିବେ ବୋଲି ସ୍ଥିର କରିଥିଲେ। ସେ କେବେ ମଧ୍ୟ ତାରକାଙ୍କୁ ନେଇ ଫିଲ୍ମ ତିଆରି କରିବେ ନାହିଁ। ବରଂ ତାଙ୍କ ଫିଲ୍ମ ହିଁ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ତାରକା କରି ଦେବ ବୋଲି ଅଗ୍ନିହୋତ୍ରୀ କହିଛନ୍ତି।

Get real time updates directly on you device, subscribe now.