fbpx

ମୁସ୍କିଲ ସମୟରେ ବି ଇମ୍ରାନ ଖାନଙ୍କୁ ତାତ୍ସଲ୍ୟ କଲେ ପୂର୍ବତନ ପତ୍ନୀ, କହିଲେ- ଖାନ ଇତିହାସ ହୋଇଗଲେ

ନୂଆଦିଲ୍ଲୀ : ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସଂପ୍ରତି ବହୁତ ମୁସ୍କିଲ ସ୍ଥିତି ଦେଇ ଗତି କରୁଛନ୍ତି। ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିପାରେ । ଏମିତି ମୁସ୍କିଲ ସ୍ଥିତିରେ ତାଙ୍କ ପୂର୍ବତନ ପତ୍ନୀ ମଧ୍ୟ ଆକ୍ଷେପ କରିବାକୁ ପଛଉ ନାହାନ୍ତି । ରେହମ ଖାନ ଟୁଇଟ୍ କରି କହିଛନ୍ତି, ଇମ୍ରାନ ଏବେ ଇତିହାସ ହୋଇ ଯାଇଛନ୍ତି। ମୋତେ ଲାଗୁଛି ନୂତନ ପାକିସ୍ତାନ ଯେଉଁ ଅସନା ପକାଇଛି ତାକୁ ସଫା କରିବା ପାଇଁ ଆମକୁ ଏକତ୍ର କାମ କରିବା ଉପରେ ଧ୍ୟାନ ଦେବା ଉଚିତ୍।

ଏହା ପୂର୍ବରୁ ମାର୍ଚ୍ଚ ୩୧ରେ ଏକ ଟୁଇଟ୍ରେ ରେହମ ଖାନ ଇମ୍ରାନ ଖାନଙ୍କ ବୁଦ୍ଧିମତା ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ଏହି ମଣିଷ ପାଖରେ ସବୁ କିଛି ଅଛି, ମାତ୍ର ବୁଦ୍ଧି ନାହିଁ। ଅନ୍ୟପଟେ ପାକିସ୍ତାନରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ନିଜର ବିରୋଧ ଶାଣିତ କରିଛନ୍ତି। ରବିବାର ପାକିସ୍ତାନ ସଂସଦରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବ।

ସଂସଦରେ ବହୁମତ ହରାଇଥିଲେ ମଧ୍ୟ ଇମ୍ରାନ ଖାନ ଗୁରୁବାର କହିଥିଲେ, ସେ ନିଜ ପଦରୁ ଇସ୍ତଫା ଦେବେ ନାହିଁ। ଶେଷ ବଲ୍ ପର୍ଯ୍ୟନ୍ତ ମଇଦାନରେ ରହିବି। ରବିବାର ହେବାକୁ ଥିବା ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ । ସେହି ଦିନ ଜଣା ପଡିବ ଯେ, ଦେଶ କେଉଁ ଦିଗରେ ଯିବ। ରବିବାର ଦେଶବାସୀଙ୍କୁ ସମ୍ବୋଧିତ କରି ଇମ୍ରାନ ଖାନ ନିଜ ସରକାର ଅନେକ ପ୍ରଶଂସା କରିଥିଲେ । ପାକିସ୍ତାନୀଙ୍କ ହିତକୁ ଦୃଷ୍ଟିରେ ରଖି ସେ ବୈଦେଶିକ ନୀତି କରିଥିବା କହିଥିଲେ।

Get real time updates directly on you device, subscribe now.