fbpx

ଇଣ୍ଡିଆନ୍ସ ବନାମ ରୟାଲ୍ସ ଲଢେଇ: ଅନୋଖା ମାଇଲଖୁଣ୍ଟ ହାସଲ କରିବେ ରୟାଲ୍ସ କ୍ୟାପଟେନ୍ ସାମସନ୍

ନୂଆଦିଲ୍ଲୀ: ଆଇପିଏଲର ନବମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମୁକାବିଲାରେ ବିଜୟୀ ହେବା ସହିତ ରାଜସ୍ଥାନ ପଏଣ୍ଟ ଟେବଲର ଟପକୁ ଆସିବାକୁ ଚାହିଁବ । ଅନ୍ୟ ପକ୍ଷରେ ଏହି ମ୍ୟାଚ ସହିତ ଆଇପିଏଲରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିବେ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ । ଏହି ମ୍ୟାଚ ସହିତ ସାମସନ୍ ଦ୍ୱିଶତକ ହାସଲ କରିବାକୁ ଯାଉଛନ୍ତି । ତେବେ ବ୍ୟାଟ ଜରିଆରେ ନୁହେଁ ବରଂ ମ୍ୟାଚ ଖେଳିବାରେ ନିଜର ଦ୍ୱିଶତକ ପୂରଣ କରିବାକୁ ଯାଉଛନ୍ତି । ସାମସନ୍ ନିଜ ଟି-୨୦ କ୍ରିକେଟ ଜୀବନରେ ୨୦୦ ତମ ମୁକାବିଲା ଖେଳିବେ ।

ପ୍ରଥମ ମ୍ୟାଚରେ ରାଜସ୍ଥାନ ଚମକ୍ରାର ବ୍ୟାଟିଂ ଓ ବୋଲିଂ ପ୍ରଦର୍ଶନ କରିଥିଲା । ପ୍ରଥମେ ବ୍ୟାଟିଂ କରି ସାମସନଙ୍କ ୫୫ ରନ ସହାୟତାରେ ଦଳ ୨୧୦ ରନ କରିଥିଲା । ମାତ୍ର ୨୭ ବଲ ଖେଳି ୫ଟି ଛକା ଓ ୩ଟି ଚୌକା ମାରିଥିଲେ ସାମସନ୍ । ଜବାବରେ ହାଇଦ୍ରାବାଦ ମାତ୍ର ୧୪୯ ରନରେ ସୀମିତ ରହିଥିଲା । ସମୁଦାୟ ୧୯୯ ଟି-୨୦ ମୁକାବିଲା ଖେଳିଥିବା ସାମସନ୍ ୩ଟି ଶତକ ଏବଂ ୧୬ଟି ଅର୍ଦ୍ଧଶତକ ସହିତ ୪୮୮୯ ରନ କରିଛନ୍ତି । ଏହି ମ୍ୟାଚରେ ସାମସନ୍ ସମୁଦାୟ ୨୧୧ଟି ଛକା ଓ ୩୮୩ଟି ଚୌକା ମାରିଛନ୍ତି ।

Get real time updates directly on you device, subscribe now.