fbpx

ଏହି ତାରିଖ ସୁଦ୍ଧା PF ଆକାଉଣ୍ଟକୁ ଆସିବ ସୁଧ ଟଙ୍କା! ଫଟାଫଟ୍ ଏପରି ଚେକ୍ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ବା EPFO ନିକଟରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ PF ସୁଧ ଦର ୦.୪୦% ହ୍ରାସ କରି ୮.୧୦% ସ୍ଥିର କରିଛି । ମିଡିଆ ରିପୋର୍ଟ ହିସାବରେ, ଜୁଲାଇ ସୁଦ୍ଧା ଆପଣଙ୍କ ପିଏଫ୍ ଆକାଉଣ୍ଟରେ ସୁଧ ଟଙ୍କା ଆସିପାରେ । ଏହା ପୂର୍ବରୁ ଆପଣ ନିଜ ପିଏଫ୍ ଆକାଉଣ୍ଟର ଷ୍ଟାଟସ୍ ଚେକ୍ କରିପାରିବେ । ଯଦି ଆପଣ ନିଜର ପିଏଫ୍ ଆକାଉଣ୍ଟର ବାଲାନ୍ସ ଚେକ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ରହିଛି କିଛି ସଜହ ଉପାୟ । ଏହି ଟିପ୍ସ ଦ୍ୱାରା ଆପଣ ଅତି ସହଜରେ ନିଜ ପିଏଫ୍ ବାଲାନ୍ସ ବିଷୟରେ ଜାଣିପାରିବେ ।

ମିସ୍ କଲରୁ ମିଳିବ ସୂଚନା:-
ପିଏଫ୍ ଆକାଉଣ୍ଟ ସହିତ ଲିଙ୍କ ହୋଇଥିବା ରେଜିଷ୍ଟର ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ କରନ୍ତୁ । ଏହା ପେର ପଞ୍ଜୀକୃତ ନମ୍ବରରେ ଏକ ମେସେଜ୍ ପାଇବେ, ଯେଉଁଥିରେ ପିଏଫ୍ ବାଲାନ୍ସର ସୂଚନା ମିଳିବ ।

SMSରେ ବାଲାନ୍ସ ଚେକ୍:-
ଇପିଏଫଓରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୭୭୩୮୨୯୯୮୯୯ ରେ EPFO UAN LAN(ଭାଷା) ପଠାନ୍ତୁ । LANର ଅର୍ଥ ଆପଣଙ୍କ ଭାଷା ସହ ଜଡ଼ିତ । ଯଦି ଆପଣଙ୍କୁ ଇଂରାଜୀରେ ଜାଣିବାର ଅଛି, ତେବେ LAN ବଦଳରେ ଆପଣ ENG ଲେଖିପାରିବେ । ଏହିପରିଭାବେ ହିନ୍ଦୀରେ ଜାଣିବାକୁ ଚାହୁଁଥିଲେ HIN ଓ ତାମିଲରେ ଜାଣିବାକୁ ଚାହୁଁଥିଲେ TAM ଲେଖିବାକୁ ପଡିବ । ହିନ୍ଦୀରେ ଜାଣିବାକୁ ଚାହୁଁଥିଲେ EPFOHO UAN HIN ଲେଖି ମେସେଜ କରିବାକୁ ପଡିବ ।

ଅନଲାଇନ୍ ଓ ଉମଙ୍ଗ :-
ଆପଣଙ୍କୁ ପ୍ରଦାନ କରାଯାଇଥିବା ୟୁଏଏନ୍ ନମ୍ବର ଏବଂ ଲଗଇନ୍ ପାଶୱାର୍ଡ ଜରିଆରେ ଆପଣ ନିଜର ବାଲାନ୍ସ ଚେକ୍ କରିପାରିବେ ।

ଅଭିଯୋଗ କରିବାକୁ ଇପିଏଫଓ ପକ୍ଷରୁ ହ୍ୱାଟ୍ସଆପ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଏହା ମାଧ୍ୟମରେ ଆପଣ ପିଏଫ୍ ଆକାଉଣ୍ଟଧାରୀ ଇପିଏଫଓର କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇପାରିବେ । ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ଇପିଏଫଓର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି ।

ଇପିଏଫଓ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ ଶୁଣୁଛି । ଟ୍ୱିଟର, ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇପିଏଫଓକୁ ଆପଣ ପ୍ରଶ୍ନ ପଚାରିପାରିବେ । ଏହା ଫଳରେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ ।

ଆପଣ https://epfigms.gov.in/ ୱେବସାଇଟ ଯାଇ ଅଭିଯୋଗ କରିପାରିବେ । ଏଥିପାଇଁ ୱେବସାଇଟକୁ ଯାଇ ‘Register Grievance’ ଉପରେ କ୍ଲିକ କରିବାକୁ ପଡିବ । ଷ୍ଟେପ୍ ପରେ ଷ୍ଟେପ୍ ଦେଇ ଆଗକୁ ଯିବା ପରେ ଆପଣ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.