fbpx

କଟକରୁ ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ

କଟକ(ଓଡ଼ିଶା ଭାସ୍କର): କଟକ ରେଲୱେ ଷ୍ଟେସନରୁ ଧରାପଡିଛି ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ । କଟକ ରେଲୱେ ଷ୍ଟେସନରୁ ଯାଞ୍ଚ ବେଳେ ଉମର ଫାରୁକକୁ ଧରିଛି ଆରପିଏଫ୍ । ତେବେ ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ଉମରର ନାଁ ଥିଲା ।

ମିଳିଥିବା ଖବର ଅନୁସାରେ, ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଉମରକୁ ଗିରଫ କରିଛି କଟକ ରେଳବାଇ ପୋଲିସ । ତେଲେଙ୍ଗାନାରେ ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଛି । ଉମରକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ତେଲେଙ୍ଗାନା ପୋଲିସ ।

ସେହିପରି ନିକଟରେ ମୋଷ୍ଟ ଓ୍ବାଣ୍ଟେଡ୍ କାଳିଆ(ନରେନ୍ଦ୍ରକାଣ୍ତି) ଓ କୁନା (ପ୍ରକାଶପାତ୍ର) କୁ କୋଣାର୍କ ପୋଲିସ ଗିରଫ କରିଥିଲା । କାଳିଆ ଓ କୁନାକୁ ଗିରଫ କରିବା ସହ ୨ ଟି ସୁନାଚେନ୍ ଓ ଖଣ୍ଡା ଭୁଜାଲି ଜବତ କରିଥିଲା ପୋଲିସ । ଏନେଇ କୋଣାର୍କ ଥାନାରେ ଏକ ପ୍ରେସମିଟ୍‌ରେ ସୂଚନା ଦେଇଥିଲେ ଅତିରିକ୍ତ ଆରକ୍ଷୀ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପ୍ରଧାନ। ସେମାନଙ୍କ ନାମରେ କମିଶନରେଟ୍ ପୋଲିସ ପାଖରେ ୧୦୦ରୁ ଉର୍ଦ୍ଧ୍ୱ ଡକାୟତି ରାହାଜାନି, ଚୋରି ଭଳି ମାମଲା କଟକ, ଭୂବନେଶ୍ୱର, କାକଟପୁର, ନିଆଳି ଥାନାରେ ଥିବା ସୂଚନା ମିଳିଥିଲା ।

Get real time updates directly on you device, subscribe now.