fbpx

ଭୟଙ୍କର ବଜ୍ରପାତ ସାଙ୍ଗକୁ ହେବ ବର୍ଷା: ୯ ଜିଲ୍ଲାକୁ ସତର୍କ ସୂଚନା ଦେଲେ ରିଲିଫ କମିଶନର

ଭୁବନେଶ୍ୱର: ଗ୍ରୀଷ୍ମପ୍ରବାହରେ ଫୁଟୁଛି ରାଜ୍ୟର ଅନେକ ସହର । ଅଧିକାଂଶ ସହରରେ ଏହି ତାପମାତ୍ରାରେ ୪୦ ଡିଗ୍ରୀ ଉପରେ ରହିତିବା ବେଳେ ଅସହ୍ୟ ତାତିକୁ ନେଇ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ତେବେ ଏହି ସମୟରେ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆସନ୍ତା ଦିନରେ ରାଜ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସେ ସୂଚନା ଦେଇଛନ୍ତି । ଯାହା ଫଳରେ ଗରମରୁ କିଛି ପରିମାଣରେ ମୁକ୍ତି ମିଳି ପାରିବ ।

ରାଜ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ୍ତ କୁମାର ମହାପାତ୍ର । ଏହି ପରୀପ୍ରେକ୍ଷୀରେ ୯ଟି ଜିଲ୍ଳାକୁ ସତର୍କ ସୂଚନା ମଧ୍ୟ ଦିଆଯାଇଛି । ମାଲକାନାଗିରି, କୋରାପୁଟ, କନ୍ଧମାଳ, ରାୟଗଡା ସମେତ କଳାହାଣ୍ଡି ଆଦି ଜିଲ୍ଳାକୁ ମିଳିଛି ସତର୍କ ସୂଚନା । ସେହିପରି ଗଜପତି, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ଏସଆରସି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସତର୍କ ସୂଚନା ଜାରି କରିଛନ୍ତି ଶ୍ରୀ ମହାପାତ୍ର । ବଜ୍ରପାତ ଏବଂ ବର୍ଷା ସମୟରେ ବାହାରକୁ ନ ବାହାରିବା ପାଇଁ ଏସଆରସି ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.