fbpx

ଆଶାରାମଙ୍କ ଆଶ୍ରମର ପାର୍କିଂରୁ ନାବାଳିକା ମୃତଦେହ ଉଦ୍ଧାର, ଏପ୍ରିଲ ୫ରୁ ଥିଲା ନିଖୋଜ

ଲକ୍ଷ୍ନୗେ: ଆତ୍ମଘୋଷିତ ଭଗବାନ ତଥା ଦୁର୍ଷ୍କମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଶାରାମ ବାପୁଙ୍କ ଆଶ୍ରମ ଭିତରୁ ନାବାଳିକାର ମୃତଦେହ ଉଦ୍ଧାର । ଏପ୍ରିଲ ୫ରୁ ନିଖୋଜ ଥିବା ଜଣେ ୧୪ ବର୍ଷୀୟ ନାବାଳିକାର ମୃତ ଦେହ ରହସ୍ୟଜନକ ଭାବେ ଆଶାରାମଙ୍କ ଆଶ୍ରମ ଭିତରେ ପାର୍କିଂ ହୋଇଥିବା କାର ଭିତରୁ ଉଦ୍ଧାର କରାଯାଇଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ଘଟଣାରେ ଆଶ୍ରମ ପରିସରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ପୁଲିସ ପଚରାଉଚରା କରୁଛି । ଦୁଷ୍କର୍ମ ମାମଲାରେ ୨୦୧୮ରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହୁଛନ୍ତି ଆଶାରାମ । ତାଙ୍କୁ ଯୋଧପୁରର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜଣେ ୧୬ ବର୍ଷୀୟ ନାବାଳିକାକୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.