fbpx

(Video) ୬୨୩୬ ଫୁଟ ଉପରେ ରସିରେ ଚାଲିଲେ ଯୁବକ, ସାମ୍ନାକୁ ଆସିଲା ଲୋମ ଟାଙ୍କୁରା ଦୃଶ୍ୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଏପରି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ବିଶ୍ୱାସ କରିବା ଅସମ୍ଭବ ହେବ । ଲୋକମାନେ ଏପରି କିଛି ଅବିଶ୍ୱାସନୀୟ ଭିଡିଓ କରି ପୋଷ୍ଟ କରୁଛନ୍ତି, ଯାହାକୁ ଦେଖି ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ସେହିପରି ଏକ ଭିଡିଓ ନିକଟରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଯୁବକ ଜଣକ ମଝି ଆକାଶରେ ରସିରେ ଚାଲୁଥିବା ନଜର ଆସିଛନ୍ତି । ଦୁଇଟି ଏୟାର ବଲୁନ ସାହାଯ୍ୟରେ ଜଣେ ଯୁବକ କିଭଳି ଭାବରେ ରସିରେ ଏପଟୁ ସେପଟକୁ ଯାଉଛନ୍ତ. ତାହା ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାଫେଲ ଜୁଗ୍ନୋ ବ୍ରିଡି । ଯିଏ ୧୯୦୧ ମିଟର ଅର୍ଥାତ ପ୍ରାୟ ୬୨୩୬ ଫୁଟରେ ସବୁଠୁ ଅଧିକ ସ୍ଲାକଲାଇନ ଓାଲଡ ରେକର୍ଡ ଭାଙ୍ଗିଛନ୍ତି । ରାଫେଲ ଏକ ହଟ ଏୟାର ବଲୁନରେ ଆଉ ଏକ ହଟ ଏୟାର ବଲୁନ ଯାଏଁ ପହଂଚିବା ପାଇଁ ରସିରେ ସାବଧାନତାର ସହ ଯାଉଛନ୍ତି ।

ବାସ୍ତବରେ ଏଭଳି ସାହସ ସମସ୍ତେ କରିବା ଉଚିତ ନୁହେଁ । କାରଣ ଅଭିଙ୍ଗତା ନଥିବା ଲୋକେ ଏପରି କରିବା ଦ୍ୱାରା ଅଘଟଣ ଘଟିପାରେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓକୁ ୭୬ ହଜାରରୁ ଅଧିକ ଲାଇକ ମିଲିସାରିଥିବା ବେଳେ ୟୁଜରମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Get real time updates directly on you device, subscribe now.