fbpx

ତରଭୁଜ ଖାଇଲେ ମିଳିଥାଏ ଅଦ୍ଭୁତ ଫାଇଦା, ହାର୍ଟକୁ ସୁସ୍ଥ ରଖିବା ସହ କମାଇଥାଏ ଓଜନ

ନୂଆଦିଲ୍ଲୀ: ଖରାଦିନେ ତରଭୁଦ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ତରଭୁଜ ଖାଇବା ଦ୍ୱାରା ଶରୀରରେ ପାଣିର ସମସ୍ୟା ଦୂର ହୋଇଥାଏ । ଓଜନ ହ୍ରାସ କରିବାକୁ ବି ତରଭୁଜ ବହୁତ ସାହାଯ୍ୟ କରିଥାଏ । ତରଭୁଜରେ ପ୍ରାୟ ୯୦ ପ୍ରତିଶତ ଜଳ ଥାଏ, ଯାହା ଆପଣଙ୍କ ଶରୀରକୁ ହାଇଡ୍ରେଟ୍ ରଖିଥାଏ । ତରଭୁଜରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଓ ମିନେରଲ୍ସ ମଧ୍ୟ ଭରପୂର ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ପ୍ରତିଦିନ ତରଭୁଜ ଖାଆନ୍ତୁ । ଆପଣ ତରଭୁଜରୁ ପ୍ରସ୍ତୁତ ରସ କିମ୍ବା ଅନ୍ୟାନ୍ୟ ଡିସ୍ ମଧ୍ୟ ଖାଇପାରିବେ । ନାଲି, ମିଠା ଏବଂ ରସିଲା ତରଭୁଜ ଦେଖିଲେ ସମସ୍ତଙ୍କୁ ଖାଇବାକୁ ଲୋଭ ଲାଗିଥାଏ ।

ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ତରଭୁଜ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ହାର୍ଟକୁ ସୁସ୍ଥ ରଖେ ଏବଂ ହଜମ ପ୍ରକ୍ରିୟାରେ ସୁଧାର ଆଣେ । ଯେଉଁ ଲୋକମାନେ ତରଭୁଜ ଖାଆନ୍ତି, ସେମାନଙ୍କ କେଶ ଏବଂ ଚର୍ମକୁ ସୁସ୍ଥ ରୁହେ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା…

ଓଜନ ହ୍ରାସ-:
ତରଭୁଜ ଖାଇବା ଦ୍ୱାରା ଓଜନ କମିଥାଏ । ତରଭୁଜ ଏକ ମିଠା ଫଳ ହୋଇଥିଲେ ବି ଏଥିରେ କ୍ୟାଲୋରୀ ବହୁତ କମ୍ ଥାଏ । ଯେଉଁମାନେ ଡାଏଟିଂ କରୁଛନ୍ତି ସେମାନଙ୍କୁ ତରଭୁଜ ଖାଇବାକୁ ପରାମର୍ଶ ଦିଆଯାଇଛି । ତରଭୁଜ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ ଏବଂ ହଜମ ଭଲ ହୁଏ । ଓଜନ ହ୍ରାସ ପାଇଁ ତରଭୁଜ ହେଉଛି ସର୍ବୋତ୍ତମ ଫଳ ।

ଶରୀରକୁ ହାଇଡ୍ରେଟେଡ୍ ରଖନ୍ତୁ-:
ତରଭୁଜରେ ପାଣିର ମାତ୍ରା ଅଧିକ ରହିଥାଏ । ଏଭଳି ପରିସ୍ଥିତିରେ ଖରାଦିନେ ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳର ଅଭାବ ପୂରଣ ହୋଇପାରେ । ତରଭୁଜ ଶରୀରକୁ ହାଇଡ୍ରେଟ୍ ରଖେ । ଖରାଦିନେ ତରଭୁଜ ଖାଇବା ଶରୀରକୁ ଥଣ୍ଡା ମିଳିଥାଏ । ଏଥିପାଇଁ ଆପଣ ପ୍ରତିଦିନ ତରଭୁଜ ଖାଇବା ଜରୁରୀ ।

ବ୍ଲଡପ୍ରେସରକୁ ନିୟନ୍ତ୍ରଣରେ ରଖନ୍ତୁ-:
ତରଭୁଜ ଖାଇବା ଦ୍ୱାରା ହାର୍ଟ୍ ସମ୍ବନ୍ଧୀୟ ରୋଗ କମିଯାଏ । ତରଭୁଜରେ ବହୁ ପରିମାଣର ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଥାଏ, ଯାହା ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । ତରଭୁଜରେ ଲାଇକୋପିନ୍ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କୁ ହୃଦରୋଗରୁ ରକ୍ଷା କରିଥାଏ । ଏହାଦ୍ୱାରା ବ୍ଲଡ ପ୍ରେସର, ହାର୍ଟ ଆଟାକ୍ ଓ ରକ୍ତ ଜମାଟ ବାନ୍ଧିବା ସମସ୍ୟା କମିଯାଏ ।

ହାର୍ଟକୁ ସୁସ୍ଥ ରଖନ୍ତୁ-:
ଆଜିକାଲି ହାର୍ଟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବହୁତ ବୃଦ୍ଧି ପାଇଛି । ବହୁତ କମ୍ ବୟସରେ ଲୋକମାନଙ୍କୁ ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ୍ ହେବାର ବିପଦ ରହୁଛି । ଏପରି ପରିସ୍ଥିତିରେ, ଯେଉଁମାନେ ତରଭୁଜ ଖାଆନ୍ତି, ସେମାନଙ୍କ ହାର୍ଟ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ତରଭୁଜରେ ଲାଇକୋପିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ହାର୍ଟକୁ ସୁସ୍ଥ ରଖେ ।

Get real time updates directly on you device, subscribe now.