+୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ: ଜାଣନ୍ତୁ କ’ଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ୨୮ରୁ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଏହାରି ମଧ୍ୟରେ ପରୀକ୍ଷା ସୂଚୀରେ କରାଯାଇଛି ସାମାନ୍ୟ ପରିବର୍ତ୍ତନ । ୩ଟି ବିଷୟ ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ କରାଯାଇଛି । ମେ ୧୯ ରେ ହେବାକୁ ଥିବା ଏହି ୩ ଟି ବିଷୟର ପରୀକ୍ଷା ମେ ୩୧ ରେ କରାଯିବ । ସାଇନ୍ସ ଷ୍ଟ୍ରିମର ପିଲାଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ଥିବାରୁ ପରିବର୍ତ୍ତନ କରାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଫଲାଇନରେ ହେବାକୁ ଯାଉଛି +୨ ପରୀକ୍ଷା । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଅଫଲାଇନରେ ଯୁକ୍ତ ଦୁଇ ପରୀକ୍ଷା ଦେବେ । ଖରାକୁ ଦେଖି ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ ।

ଛାତ୍ରଛାତୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନେଇ ଦୁଇଟି ସ୍କିମ୍ କରାଯାଇଛି । ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ । ଦ୍ୱିତୀୟ- ବାର୍ଷିକ ପରୀକ୍ଷାରେ ୮୦% ଓ କ୍ୱାଟର ଏଣ୍ଡର ୨୦% ଅନୁସାରେ ମାର୍କ ମିଳିବ । ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ଛାତ୍ରଛାତ୍ରୀଙ୍କର ସର୍ବାଧିକ ପ୍ରତିଶତ ରହିବ, ସେଇଟି ଚୂଡ଼ାନ୍ତ ହେବ ।