ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଭର୍ଚ୍ଚୁଆଲ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବୈଠକ ବୈଶ୍ୱିକ ଅସ୍ତିରତା ମଧ୍ୟରେ ହେଉଥିବାରୁ ଏହାର ଗୁରୁତ୍ୱ ବେଶ ବଢିଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନାଗରିକମାନଙ୍କ ସୁରକ୍ଷା ଉପରେ ସବୁବେଳେ ଗୁରୁତ୍ୱ ଦେଇଛି । ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେଇଛି ।
ଏଥି ସହିତ ପ୍ରଧାନମନ୍ତ୍ରୀ ଉଭୟ ଦେଶର ମୁଖ୍ୟଙ୍କ ସହିତ ଫୋନ ଯୋଗେ କଥା ହୋଇ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଅପିଲ କରିଥିବା କହିଛନ୍ତି । ରୁଷିଆଠାରୁ ଭାରତର ଅଶୋଧିତ ତୈଳ କିଣିବା ନିଷ୍ପତିକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ କିଛିଟା ଭିନ୍ନ ମତାମତ ପ୍ରକାଶ ପାଇଥିଲା ।
ୟୁକ୍ରେନରେ ଫସିଥିବା ନାଗରିକମାନଙ୍କ ପାଇଁ ଭାରତ ସରକାର ମାନବିକ ସହାୟତା ଯୋଗାଇଦେବା ସହିତ ଔଷଧ ମଧ୍ୟ ଯୋଗାଇ ଦେଇଛନ୍ତି । ଭାରତ ଏବଂ ଆମେରିକାର ବିଶ୍ୱ ପ୍ରତି ମିଳିତ ଅବଦାନ ରହିଛି । ଆମେ ଏଭଳି ସମୟରେ କଥା ହେଉଛନ୍ତି, ଯେଉଁ ସମୟରେ ୟୁକ୍ରେନରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଜାରିି ରହିଥିବା ଯୁଦ୍ଧ ମଧ୍ୟରେ ଆମ ସରକାର ୟୁକ୍ରେନରୁ ୨୦ ହଜାର ଭାରତୀୟଙ୍କୁ ଉଦ୍ଧାର କରି ଆଣିଛନ୍ତି ।
ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ ଯେ ମୁଁ ଆଜି ଅପଣଙ୍କ ସହିତ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନା କରି ପ୍ରସନ୍ନତା ଅନୁଭବ କରୁଛି । ଆମର ଦୁଇ ଦେଶ କରୋନା ମହାମାରୀ ସମୟରେ ବିଶ୍ୱ ପ୍ରତି ସମାନ ଚିନ୍ତାଧାରା ପ୍ରକଟ କରିଥିଲେ ।
ୟୁକ୍ରେନ ଏବଂ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ବାଇଡେନ କହିଥିଲେ ଯେ ମୁଁ ବହୁ ଥର ଦୁଇ ଦେଶର ରାଷ୍ଟ୍ରପତିଙ୍କ ସହିତ ଆଲୋଚବନା କରିଥିଲି । ଦୁଇ ଦେଶକୁ ମୁଁ ଶାନ୍ତି ପାଇଁ ଅପିଲ କରିଥିଲି ଏବଂ ଦୁଇ ନେତାଙ୍କୁ ପରାମର୍ଷ ଦେଇଥିଲି ଯେ ସେମାନେ ଉଭୟେ ନିଜ ମଧ୍ୟରେ ଆଲୋଚନା କରନ୍ତୁ ।
ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ବାଇଡେନ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ମୁଖ୍ୟ ଭାଗ ହେଉଛି ଆମର ଲୋକେ ଏବଂ ବର୍ତ୍ତମାନ ରହିଥିବା ଗଭିର ସହମତି । ୟୁକ୍ରେନର ଲୋକମାନଙ୍କ ପାଇଁ ଭାରତ ପଠାଇଥିବା ମାନବୀୟ ସହାୟତାକୁ ସ୍ୱାଗତ କରୁଛି ।