fbpx

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାସ୍: ବାଂଲାଦେଶ ଲିଙ୍କ୍ ଥିବା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଙ୍ଗିପୁର ଏଟିଏମ୍ ଉପାଡ଼ି ଲୁଟ୍ ମାମଲାକୁ ଅନେକ ଦିନ ବିତିଯାଇଥିବା ବେଳେ ଏବେ ଘଟଣା ପର୍ଦ୍ଦାଫାସ୍ ହୋଇଛି । ୨ ଏଟିଏମ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ଥିବା ସୂଚନା ମିଳିଛି ।

ଏହା ସହ ପୋଲିସ କମିଶନରେଟ୍ ଦ୍ୱାରା ଗିରଫ ହୋଇଥିବା ଆଉ ଜଣେ ଅଭିଯୁକ୍ତ ଜଣକ କୋଲକାତାର ହୋଇଥିବା ଜଣାପଡିଛି । ୨ ଜଣଙ୍କ ଗିରଫ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଶିଶୁପାଳଗଡ଼ ଲିଙ୍ଗିପୁର୍ ହାଉସିଂବୋର୍ଡ ଛକ ଇନ୍ଦିରା କଲୋନୀରେ ଥିବା ଏସବିଆଇର ଏଟିଏମକୁ କାଟି ନେଇଛନ୍ତି ଦୁର୍ବୃତ୍ତ । ୪ ତାରିଖ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ କଏଦ ହୋଇଥିଲା ଲୁଟ୍ ବେଳର ଦୃଶ୍ୟ । ଏଟିଏମ୍ ଭିତରେ ଓ ବାହାରେ ଟେଣ୍ଡହାଉସ କପଡ଼ା ପଡ଼ିଥିବା ଦେଖିବାକୁ ମିଳିଥିଲା । ଏଟିଏମକୁ ଘୋଷାଡି ଘୋଷାଡି କିଛିବାଟ ନେଇଥିଲେ ଦୁର୍ବୃତ୍ତ । ଏହାର ପରଦିନ ଦୟା ନଦୀ କୂଳରୁ ସେହି ଭଙ୍ଗା ଏଟିଏମକୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.