fbpx

ମେ ପହିଲାରୁ ନୂତନ ଶିକ୍ଷା ବର୍ଷ, ୧୦୦% ପାଠ୍ୟକ୍ରମ ସହିତ ଆରମ୍ଭ ହେବ ପାଠପଢ଼ା

ଚଳିତ ବର୍ଷ ମେ ପହିଲାରୁ ଆରମ୍ଭ ହେବ ନୂତନ ଶିକ୍ଷା ବର୍ଷ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ନୂତନ ଶିକ୍ଷା ବର୍ଷରୁ ୧୦୦% ପାଠ୍ୟକ୍ରମ ସହିତ ପାଠପଢ଼ା ଆରମ୍ଭ ହେବ । କରୋନା ମହାମାରୀ ସମୟରେ ପରିସ୍ଥିତିକୁ ଦୃଷ୍ଟିର ରଖି ପାଠ୍ୟକ୍ରମରୁ ୩୦ ପ୍ରତିଶତ ସିଲାବସ୍ କମ୍ କରି ଦିଆଯାଇଥିଲା ।

ଏଥି ସହିତ ନବମ ଦଶମ ପାଇଁ ଚଳିତ ବର୍ଷରୁ ପ୍ରାଟିକାଲ ପରୀକ୍ଷା କରିବାକୁ ନିଷ୍ପତି ହୋଇଥିବା ସେ ଜଣାଇଛନ୍ତି । ପରିସ୍ଥିତି ସୁଧୁରିଥିବାରୁ ପୁର୍ବଭଳି ପରୀକ୍ଷା କରିବାକୁ ସିବିଏସଇ ନିଷ୍ପତି ନେଇଛି। ତେଣୁ ଆମେ ମଧ୍ୟ ଏହିଭଳି ପଦକ୍ଷେପ ଗ୍ରହଣ କରିବୁ ବୋଲି ସେ ଜଣାଇଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ ଖରାଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଖରାଦିନ ଛୁଟି କମାଇ ୧୧ ଦିନ କରିଦିଆଯାଇଛି । ପୁର୍ବରୁ ଏହା ୪୦ ଦିନ ଥିଲା । ଏହି ୧୧ଦିନ ଛୁଟି ଜୁନ୍ ୬ରୁ ଆରମ୍ଭ ହୋଇ ୧୬ରେ ସରିବ । କରୋନା ମହାମାରୀ କାରଣରୁ ପାଠପଢ଼ାରେ ସୃଷ୍ଟି ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଏହି ନିଷ୍ପତି ନିଆଯାଇଥିବା ସ୍କୁଲ୍ ଏବଂ ଗଣଶିକ୍ଷା ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି । ପୁର୍ବରୁ ଏହି ଛୁଟି ମେ ୫ରୁ ଆରମ୍ଭ ହୋଇ ୪୦ ଦିନ ଯାଏଁ ରହୁଥିଲା ।

Get real time updates directly on you device, subscribe now.