fbpx

କରୋନା ସମ୍ପର୍କିତ ସୂଚନା ପାଇଁ ହେଲ୍ପଲାଇନ ଜାରି

ନୂଆଦିଲ୍ଲୀ, ୨୩ା୩: କରୋନା ସମ୍ପର୍କିତ ସୂଚନା ପାଇଁ  ଜାତୀୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି ।  ୨୪ଘଣ୍ଟିଆ ନିଃଶୁଳ୍କ ନମ୍ବର-୧୦୭୫କୁ ଫୋନ୍ କରାଯାଇପାରିବ । ସହାୟତା, ପରାମର୍ଶ, ମାର୍ଗଦର୍ଶନ ବା ମତାମତ ପାଇଁ ରହିଛି ୧୦୭୫ । ଏତତ୍ ବ୍ୟତୀତ ୦୧୧-୨୩୯୭୮୦୪୬ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ । [email protected] , [email protected] ଇମେଲରେ ମଧ୍ୟ  ଯୋଗାଯୋଗ କରିହେବ ।  ୧୦୭୫ର ସୁବିଧା ନେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ଭାରତରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ସୂଚନା ଦେଇଛି ଆଇସିଏମଆର୍ । ଏହାସହ କରୋନା ଯୋଗୁ ଦେଶରେ ୮ଜଣ ପ୍ରାଣ ହରାଇ ସାରିଲେଣି । ଦେଶର ମହାରଷ୍ଟ୍ର ଓ କେରଳରେ କରୋନା ନେଇ ଅଧିକ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.