fbpx

ଦିଲ୍ଲୀରେ ଦ୍ରୁତ ଗତିରେ ବ୍ୟାପିଲା କରୋନା, ୧୫ ଦିନରେ ସଂକ୍ରମଣ ମାମଲା ୫୦୦ ପ୍ରତିଶତ ବୃଦ୍ଧି

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ବିସ୍ତାରିବା ଆରମ୍ଭ କରିଛି । ଗତ ୧୫ ଦିନରେ ୫୦୦ ପ୍ରତିଶତ ମାମଲା ବୃଦ୍ଧି ପାଇଛି । ଗତକାଲି ଦିଲ୍ଲୀରେ ୪୬୧ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏବଂ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥି ସହିତ ରାଜଧାନୀରେ ଏବେ ସଂକ୍ରମିତ ହାର ବଢି ୫.୩୩ ପ୍ରତିଶତରେ ପହଁଞ୍ଚିଛି । ଏହାରି ମଧ୍ୟରେ ଦିଲ୍ଲୀରେ କରୋନାକୁ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଦର୍ଶାଯାଇଥିବା ତଥ୍ୟ ଭୟଙ୍କର ଅଟେ ।

ସର୍ଭେରୁ ଜଣା ପଡିଛି ଯେ ସୋସିଆଲ ମିଡିଆ ମାଧ୍ୟମରେ କରୋନା ସଂକ୍ରମିତ ବିଷୟରେ ସୂଚନା ଦେବା ସଂଖ୍ୟା ୫୦୦ ପ୍ରତିଶତ ବୃଦ୍ଧି ପାଇଛି । ଏନସିଆର ଅଞ୍ଚଳରେ ପ୍ରାୟ ୧୯ ପ୍ରତିଶତ ଲୋକେ କହିଛନ୍ତି ଯେ ତାଙ୍କ ଚିହ୍ନା ପରିଚିତମାନଙ୍କ ମଧ୍ୟରେ କେହି ନା କେହି ଜଣେ କରୋନା ଆକ୍ରାନ୍ତ ହୋଇଥିବା ଖବର ସେମାନେ ପାଇଛନ୍ତି ।

ଏହା ମଧ୍ୟ ସର୍ଭେରୁ ଜଣା ପଡିଛି ଯେ, ନିକଟରେ ବୃଦ୍ଧି ପାଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୬୭ ପ୍ରତିଶତ ପୁରୁଷ ହୋଇଥିବା ବେଳେ ୩୩ ପ୍ରତିଶତ ମହିଳା ଅଟନ୍ତି । ଏହି ସର୍ଭେ ଏଭଳି ସମୟରେ ଆସିଛି ଯେତେବେଳେ ଦିଲ୍ଲୀରେ ପୁଣି ଥରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ପୁର୍ବରୁ ଫେବୃଆରୀ ୨୭ ତାରିଖରେ ୪୮୪ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୧୫ ମାର୍ଚ୍ଚ ୨୦୨୨ ପରେ କରୋନାରେ ଏକରୁ ଅଧିକ ଲୋକେ ମୃତ୍ୟୁ ବରଣ କରିଛନ୍ତି ।

Get real time updates directly on you device, subscribe now.