ସ୍ୱାମୀର ଥିଲା ଏପରି ଡିମାଣ୍ଡ, ପୂରଣ ନକରିବାରୁ ଭାଇରାଲ କଲା ସ୍ତ୍ରୀର ଅଶ୍ଲୀଳ ଫଟୋ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ନିଜ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ କର୍ଣ୍ଣାଟକ ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି ।

ପୋଲିସର କହିବା ଅନୁସାରେ, ଯେତେବେଳେ ତାଙ୍କ ପତ୍ନୀ ନିଶା ପଦାର୍ଥ ମିଶିଥିବା ଜୁସ୍ ପିଇ ବେହୋସ୍ ହୋଇଥିଲେ, ସେବେ ଅଭିଯୁକ୍ତ ଏହି ଫଟୋ ଉଠାଇଥିଲା । ବେଙ୍ଗାଲୁରୁରେ ରହୁଥିବା ୩୦ ବର୍ଷୀୟ ମହିଳା ଏହି ସମ୍ବନ୍ଧରେ ନିଜ ପତି ବିରୋଧରେ ବସୱନାଗୁଡ଼ି ମହିଳା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ।

ପୀଡିତା ଜଣକ କହିଛନ୍ତି ଯେ, ସେ ୨୦୧୩ ରେ ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ ଏବଂ ଅଭିଯୁକ୍ତଙ୍କୁ ପ୍ରେମ କରିବା ପରେ ତାଙ୍କୁ ବିବାହ କରିଥିଲେ । ଅବଶ୍ୟ ଏହି ଦମ୍ପତି କିଛି ସମୟ ପାଇଁ ଭଲ ଜୀବନଯାପନ କରିଥିଲେ । କିନ୍ତୁ ବ୍ୟକ୍ତି ଜଣକ ଯେବେ ଯୌତୁକ ଦାବି କରିବା ଆରମ୍ଭ କଲା ସେତେବେଳେ ସମସ୍ୟା ଆରମ୍ଭ ହେଲା ।

ନିକଟରେ ମୃତ୍ୟୁବରଣ କରିଥିବା ପୀଡ଼ିତାଙ୍କ ପିତାଙ୍କ ସମସ୍ତ ଟଙ୍କା ତାଙ୍କୁ ପଠାଇବାକୁ ଅଭିଯୁକ୍ତ କହିଥିଲା । ଅଭିଯୁକ୍ତ ଜଣକ ଅଶ୍ଲୀଳ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲା ଓ ଟଙ୍କା ନଦେଲେ ଫଟୋ ଭାଇରାଲ କରିବାକୁ ନେଇ ଧମକ ଦେଇଥିଲା । ଅଭିଯୋଗକାରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ତାଙ୍କ ସାଙ୍ଗ ସହିତ ଶୋଇବା ପାଇଁ ତାଙ୍କୁ ନିର୍ଯାତନା ଦେଉଥିଲା । ପୋଲିସ ଏବେ ମାମଲାର ଛାନଭିନ୍ କରୁଛି ।