କ୍ରିକେଟରୁ ଅବସର ନେଲେ କାଏରନ ପୋଲାର୍ଡ: IPL ଖେଳିବେ ନା ନାହିଁ ? ଜାଣନ୍ତୁ ଉତ୍ତର

ନୂଆଦିଲ୍ଲୀ: ପୋଲାର୍ଡ ପାଳିରେ ପଡିଛି ପୂର୍ଣ୍ଣଚ୍ଛେଦ । ୩୪ ବର୍ଷ ବୟସରେ ହଠାତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜର ଅଧିନାୟକ କାଏରନ ପୋଲାର୍ଡ । ତେବେ ସେ ଆଗକୁ ଟି-୨୦ ଲିଗରେ ଖେଳୁଥିବାର ନଜର ଆସିବେ । IPLର ଚଳିତ ସିଜନରେ ସେ ବ୍ୟାଟ ଏପର୍ଯ୍ୟନ୍ତ ଶାନ୍ତ ରହିଛି । କିନ୍ତୁ ସମଗ୍ର ଟି-୨୦ ଫର୍ମାଟରେ ତାଙ୍କ ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ବ୍ୟାଟିଂରେ ୧୧ ହଜାର ରନ ପୂରଣ କରିଥିବା ବେଳେ ୩୦୦ରୁ ଅଦିକ ୱିକେଟ ନେଇ ସଫଳ ଅଲରାଉଣ୍ଡର ଭାବେ ନିଜକୁ ପ୍ରମାଣ କରିଛନ୍ତି ପୋଲାର୍ଡ ।

 

View this post on Instagram

 

A post shared by Kieron Pollard (@kieron.pollard55)

ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ ଅବସରର କାହାଣୀ କହିଛନ୍ତି କାଏରନ ପୋଲାର୍ଡ । ଏହି ମେସେଜରେ ସେ ସମସ୍ତ ଚୟନକର୍ତ୍ତା, ମ୍ୟାନେଜମେଣ୍ଟ ଏବଂ ବିଶେଷ କରି କୋଚ ଫିଲ ସିମନ୍ସଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ତାଙ୍କ ଉପରେ ଭରସା କରି ତାଙ୍କୁ ଏତେ ବଡ ଦାୟିତ୍ୱ ଦେବା ସହ ଆଗକୁ ବଢିବା ପାଇଁ ଆତ୍ମ ବିଶ୍ୱାସ ଯୋଗାଇଥିବା ଯୋଗୁଁ ଆପଣମାନଭ୍କ ନିକଟରେ ମୁଁ ଋଣୀ ବୋଲି ଲେଖିଛନ୍ତି ପୋଲାର୍ଡ । ଏହା ସହିତ କ୍ରିକେଟ ୱେଷ୍ଟଇଣ୍ଡିଜର ଅଧ୍ୟକ୍ଷ ରିକି ସ୍କେରିଟ ଏବଂ ଅଧିନାୟକ ଭାବରେ ସମସ୍ତ ପ୍ରେତ୍ସାହକ ଏବଂ ସମର୍ଥକଙ୍କୁ କୃତଜ୍ଞତା ଜଣାଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜର ଏହି ଭେଟେରାନ ଖେଳାଳି ।

୨୦୦୭ରେ ଡେବ୍ୟୁ କରିତିବା ପୋଲାର୍ଡ ୱେଷ୍ଟଇଣ୍ଡିଜ ତରଫରୁ ମୋଟ ୧୨୩ ଦିନିକିଆ ଏବଂ ୧୦୧ ଟି-୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ୩ ଶତକ ଏବଂ ୧୩ ଅର୍ଦ୍ଧଶତକ ସହିତ ୨୭୦୬ ରନ ସଂଗ୍ରହ କରିଥିବା ପୋଲାର୍ଡ ୫୫ଟି ଶିକାର ମଧ୍ୟ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ୬ ଅର୍ଦ୍ଧଶତକ ସହ ୧୫୬୯ ରନ କରି ୪୨ ୱିକେଟ ନିଜ ନାମରେ କରିଛନ୍ତି । ତେବେ ନିଜ କ୍ରିକେଟ କ୍ୟାରିୟରରେ ମୋଟ ୨୭ଟି ଫାର୍ଷ୍ଟକ୍ଲାସ ଏବଂ ୫୮୭ଟି ଟି-୨୦ ମ୍ୟାଚ ଖେଳିଛନ୍ତି କାଏରନ ପୋଲାର୍ଡ ।