ଜମ୍ମୁରେ ପୁଣି ଆତଙ୍କୀ ଆକ୍ରମଣ: ସିଫ୍ଟ ବଦଳାଇବା ବେଳେ CISF ଯବାନଙ୍କୁ କଲେ ଟାର୍ଗେଟ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ଶିକାର ହୋଇଛନ୍ତି ଭାରତୀୟ ଯବାନ । ସୀମାରେ ସିଫ୍ଟ ପରିବର୍ତ୍ତନ କରିବା ସମୟରେ ଆତଙ୍କବାଦୀ CISF ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ସବ ଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଛନ୍ତି । ସୁଞ୍ଜବା ଅଞ୍ଚଳରେ ଆଧୁନିକ ହତିଆର ସହିତ ଗୁଳିମାଡ କରିଥିବା CISF ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଆକ୍ରମଣକାରୀ ଦୁଇ ଆତଙ୍କବାଦୀଙ୍କୁ ଯବାନ ଶିକାର କରି ନେଇଥିବା ଜଣାଯାଇଛି ।

ଆତଙ୍କବାଦୀଙ୍କ ଆକ୍ରମଣର କ୍ଷଣିକ ମଧ୍ୟରେ ଘଟଣାସ୍ଥଳରେ ଉପସ୍ଥିତ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ତେବେ ଉଭୟଙ୍କ ଗୁଳି ବିନିମୟରେ ଜଣେ ସବଇନ୍ସପେକ୍ଟର ସହିଦ ହୋଇଥିବା ବେଳେ ଦୁଇ ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି । ୧୫ ଜଣ CISF ଯବାନ ଅନ୍ୟମାନଙ୍କ ନିକଟରୁ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ହିଁ ଆତଙ୍କବାଦ ଆକ୍ରମଣ କରିଥିବା ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । ଭୋର ୪.୨୫ ସମୟରେ ଆତଙ୍କବାଦଙ୍କ ଆକ୍ରମଣ ଆରମ୍ଭ ହୋଇଥିଲା । ତେବେ ଆତଙ୍କବାଦୀମାନେ ନିଜ ପୋଜିସନ ନେଇ ଆତଙ୍କବାଦୀଙ୍କୁ କଡା ଜବାବ ଦେଇଥିଲେ ।

ତେବେ CISF ର ସହାୟକ ଉପନିରୀକ୍ଷକ ଏସପି ପଟେଲ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି । ତାଙ୍କ ସହିତ ଯବାନର ମୋଟ ୬ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି । ତେବେ ଯବାନଙ୍କ ପାଲଟା ଜବାବରେ ଦୁଇ ଆତ୍ମଘାତି ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।