fbpx

ଧାର୍ମିକ ଭାବନାକୁ ଆଘାତ ମାମଲା: ସାଂସଦ ନବନୀତ୍ ରାଣା ଓ ସ୍ୱାମୀଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍

ନୂଆଦିଲ୍ଳୀ: ହନୁମାନ ଚାଳିଶାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଶିବସେନା ଓ ସ୍ୱାଧୀନ ଭାବରେ ବିଧାୟକ ଓ ସାଂସଦ ରହିଥିବା ଦମ୍ପତ୍ତି ନବନୀତ୍ ରାଣା ଓ ରବି ରାଣାଙ୍କୁ ଗିରଫ କରିଛି ପୋଲିସ୍ । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ମାମଲାରେ ଶନିବାର ମୁମ୍ବାଇ ପୋଲିସ ଉଭୟଙ୍କୁ ଗିରଫ କରିଛି । ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପଢିବାକୁ ନେଇ ଖର ପୋଲିସ୍ ଉଭୟ ନବନୀତ ଓ ରବିଙ୍କୁ ଗିରଫ କରିଛି

ଶିବସେନାର କର୍ମୀ ମାନେ ଖର ସ୍ଥିତ ନବନୀତ ଓ ରବିଙ୍କ ବାସଭବନକୁ ଘେରାଉ କରିବା ପରେ ଖର ପୋଲିସ୍ ଉଭୟଙ୍କୁ ଗିରଫ କରିଥିଲା । ଶତାଧିକ ଶିବ ସୈନିକ ରାଣାଙ୍କ ବାସଭବନ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ଗିରଫ ହେବା ସମୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନାମରେ ଏଫ୍ଆଇଆର ରୁଜୁ କରିବା ପାଇଁ ରାଣା ଦମ୍ପତ୍ତି ଦାବି କରିଥିଲେ । ରାଣା ଦମ୍ପତ୍ତିଙ୍କୁ ଗିରଫ କରାଯିବା ପରେ ଶିବ ସୈନିକ ମାନଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପାଇଁ ଉଭୟ କହିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହାରାଷ୍ଟ୍ର ଗସ୍ତ କାରଣରୁ ଉଭୟ ହନୁମାନ ଚାଳିଶା ପାଠ କରିନଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତି ବିପର୍ଯ୍ୟସ୍ତ ଥିବା ନେଇ ବିଜେପି ପକ୍ଷରୁ କୁହାଯାଇଥିବା ବେଳେ ଗୃହମନ୍ତ୍ରୀ ଦିଲୀପ ୱାଲସେ ପାଟିଲ ଏହାକୁ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.