fbpx

ରୁଷ୍‌ ଅସ୍ତ୍ରାଗାରରେ ବଡ଼ ଧରଣର ବିସ୍ଫୋରଣ, ୟୁକ୍ରେନ୍‌ ମିସାଇଲ୍‌ ମାଡ଼ରେ ନଷ୍ଟ ଆଶଙ୍କା

କିଭ୍‌,: ରୁଷ୍‌ର ସାମରିକ ଡିପୋରେ ବଡ଼ଧରଣର ବିସ୍ଫୋରଣ । ୟୁକ୍ରେନ୍‌ ସୀମା ପାଶ୍ୱର୍ବର୍ତ୍ତୀ ରୁଷ୍‌ର ବେଲଗୋରଡ଼ ସହର ନିକଟରେ ଥିବା ଅସ୍ତ୍ରାଗାରରେ ଏହି ବିସ୍ଫୋରଣ ଘଟିଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ତେବେ ଏହି ବିସ୍ଫୋରଣରେ ରୁଷର ଅନେକ ମୂଲ୍ୟବାନ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଥିବା ବେଳେ କେହି ମୃତାହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ୟୁକ୍ରେନ୍‌ର ବାଲିଷ୍ଟିକ୍‌ ମିସାଇଲ୍‌ ମାଡ଼ରେ ଏହି ଅସ୍ତ୍ରାଗାର ଧ୍ୱଂସ ପାଇଯାଇଥିବା ସନ୍ଦେହ କରାଯାଉଛି । ତେବେ ଚଳିତ ମାସରେ ୟୁକ୍ରେନ୍‌ ପକ୍ଷରୁ ବେଲଗୋରଡ଼ ସ୍ଥିତ ରୁଷ୍‌ର ତୈଳ ଡିପୋରେ ଆକ୍ରମଣ କରାଯାଇଥିବା ରୁଷ୍‌ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଏହାସହ ହେଲିକପ୍ଟର ଯୋଗେ କେତେକ ଗାଁରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା ।

ସେପଟେ ୟୁକ୍ରେନ୍‌କୁ ସହଯୋଗ କରୁଥିବାରୁ ନାଟୋ ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରୁଷ ରାଷ୍ଟ୍ରତି ପୁତିନ୍‌ । ପୋଲାଣ୍ଡ ଓ ବୁଲ୍‌ଗେରିଆକୁ ଗ୍ୟାସ୍‌ ଓ ତୈଳ ରପ୍ତାନୀ ଉପରେ ରୁଷ୍‌ ରୋକ୍‌ ଲଗାଇଛି । ଯୁଦ୍ଧ ଆରମ୍ଭରୁ ପୋଲାଣ୍ଡ ଖୋଲାଖୋଲି ଭାବେ ୟୁକ୍ରେନ୍‌କୁ ସମର୍ଥନ କରୁଥିବାବେଳେ ଚଳିତ ସପ୍ତାହରେ ୟୁକ୍ରେନ୍‌କୁ ଯୁଦ୍ଧ ଟ୍ୟାଙ୍କ୍‌ ପଠାଇବା ପାଇଁ ଘୋଷଣା ମଧ୍ୟ କରିଥିଲା । ସୂଚନାଯୋଗ୍ୟ ଯେ ୟୁକ୍ରେନ ଓ ରୁଷ ମଧ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧକୁ ବୁଧବାର ୬୩ଦିନ ପୂରିଛି । ତେବେ ଏଥିରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନାହିଁ । ରୁଷ ପକ୍ଷରୁ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରାଯାଉଥିବାରୁ ବହୁ ନିରୀହ ନାଗରିକଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛ

Get real time updates directly on you device, subscribe now.