fbpx

କଲବଲ ହେବେ ଲୋକେ! ରାଜ୍ୟରେ ଆଉ ୫ ଦିନ ପ୍ରଚଣ୍ଡ ତାତି: ଆଇଏମଡି ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକେ କଲବଲ ହେଉଛନ୍ତି । ଏହାରି ମଧ୍ୟରେ ଖରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ରାଜ୍ୟରେ ଆଉ ୪ରୁ ୫ ଦିନ ପ୍ରଚଣ୍ଡ ତାତି ଲାଗି ରହିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ତାଙ୍କ କହିବା ମୁତାବକ, ‘ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୧ରୁ ୨ ଡିଗ୍ରୀ ବଢ଼ିପାରେ । ମାତ୍ର ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ହିଟ୍ ୱେଭର ସମ୍ଭାବନା ନାହିଁ । ଏହି ସମୟରେ ଘଡ଼ଘଡ଼ି ସହ ଯେଉଁ ବର୍ଷ ହୋଇଥାଏ, ତାହା କମ୍ ରହିଛି । ଦକ୍ଷିଣ ଓ ଉପକୂଳରେ ଆଗାମୀ ୫ ଦିନ କିଛି ସ୍ଥାନରେ ବର୍ଷା ହୋଇପାରେ ।’

ତେବେ ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ ହୋଇଥିବା ବେଳେ ଆସନ୍ତାକାଲିଠାରୁ ୟୁଜି/ପିଜି କ୍ଲାସ ରୁମ ପାଠପଢ଼ା ବନ୍ଦ ହୋଇଛି । କାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ୟୁଜି/ପିଜି ପାଠପଢ଼ା ବନ୍ଦ ରହିବ ବୋଲି ଜଣାପଡ଼ିଛି । ପ୍ରଚଣ୍ଡ ଗୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଓ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିକାଇଛି । ଏପରିକି ଦିନ ୧୧ଟା ପରେ ସହରର ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି ।

Get real time updates directly on you device, subscribe now.