fbpx

ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ: ମୁଖ୍ୟ ଅତିଥି ଭାବରେ ଯୋଗଦେଲେ ହାଇକୋର୍ଟ ବିଚାରପତି ଡ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଣୀବିହବାର ଏମକେସିଜି ଅଡିଟୋରିୟରରେ ଶନିବାର ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ୬୫ ଜଣ ଛାତ୍ର ଛାତ୍ରୀଙ୍କୁ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସେହିଭଳି ୧୭୯ ଜଣଙ୍କୁ ଡକ୍ଟରେଟ ଡିଗ୍ରୀ ତଥା ପିଏଚଡି ଡିଗ୍ରୀ ପ୍ରଦାନ କରଯାଇଛି। ତେବେ ଡ଼କ୍ଟରେଟ ତଥା ପିଏଚଡ଼ି ଡ଼ିଗ୍ରୀ ପାଇବା ପରେ ଛାତ୍ର ଛାତ୍ରୀ ମାନେ ଉକ୍ରଳ ୟୁନିଭର୍ସିଟି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହି କାର୍ୟ୍ୟକ୍ରମରେ ଓଡ଼ିଶା  ହାଇକୋର୍ଟ ର ବିଚାରପତି ଜଷ୍ଟିସ ଡ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ କହିଛନ୍ତି ଯେ ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଶିକ୍ଷକ ହେଉଛନ୍ତି ରାଷ୍ଟ୍ରର ନିର୍ମାତା । ସେମାନଙ୍କ ଜ୍ଞାନ, ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ଛାତ୍ରଛାତୀଙ୍କୁ ପେରଣା ଯୋଗାଇଥାଏ । ଶିକ୍ଷାର ଅର୍ଥ ହେଉଛି ଆହ୍ୱାନକୁ ସମ୍ମୁଖୀନ କରିବା । ଯଦି ପ୍ରତିଟି ଆହ୍ୱାନକୁ ସଫଳତାର ସହ ମୁକାବିଲା କରିବା ତାହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଫଳରେ ଜଣେ ନିଜର ରୁଚି ଥିବା କ୍ଷେତ୍ରରେ ପାରଦର୍ଶିତ ହାସଲ ସହ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିପାରିବ । ଏହି ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ।

ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଉଦବୋଧନ ଦେଇଥିଲେ ।

Get real time updates directly on you device, subscribe now.