fbpx

ଶତ୍ରୁମାନଙ୍କୁ କିପରି ପ୍ରତିହତ କରିବେ ନୂତନ ସେନା ମୁଖ୍ୟ ମନୋଜ ପାଣ୍ଡେ, ଭବିଷ୍ୟତର ରଣନୀତି ଏବଂ ଚ୍ୟାଲେଞ୍ଜ ବିଷୟରେ ଦେଲେ ସୂଚନା

ନୁଆଦିଲ୍ଲୀ: ସ୍ଥଳସେନାର ମୁଖ୍ୟ ଭାବରେ ଦାୟିତ୍ୱ ନେବାର ଗୋଟିଏ ଦିନ ପରେ ଗଣମାଧ୍ୟମ ସହିତ ଆଲୋଚନା କରି ତାଙ୍କର ଭବିଷ୍ୟତ ରଣନୀତି ବିଷୟରେ ସୂଚନା ଦେଇଛନ୍ତି ଜେନେରାଲ ମନୋଜ ପାଣ୍ଡେ । ସେ କହିଛନ୍ତି ଯେ ସାମରିକ କ୍ଷେତ୍ରରେ ଅତ୍ମନିର୍ଭରଶୀଳତା ଏବଂ ଆଧୁନିକିକରଣ ଉପରେ ଗୁରୁତ୍ୱ ରହିବ । ଏହା ବ୍ୟତୀତ ଅତ୍ୟାଧୁନୀକ ଜ୍ଞାନକୋଶଳର ସୂଯୋଗ ନେଇ ଭାରତୀୟ ସେନାକୁ ଆହୁରି ମଜବୁତ୍ କରାଯିବ ।

ଏହା ସହିତ ଭାରତୀୟ ସେନାର ପୁନଃଗଠନ ଏବଂ ପରିବର୍ତ୍ତନ ଉପରେ ସେ ଧ୍ୟାନ କେନ୍ଦ୍ରୀଭୁତ କରିବେ । ଏହା ସହିତ ସେ ସେନାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା କଥା ମଧ୍ୟ ସେ କହିଛନ୍ତି ।

ବର୍ତ୍ତମାନ ବିଶ୍ୱର ଭୌଗୋଳିକ ରାଜନୈତିକ ପରିସ୍ଥିତି ତିବ୍ର ଗତିରେ ପରିବର୍ତ୍ତବନ ହେଉଛି । ଏବଂ ଏହି ଆହ୍ୱାନ୍ କୁ ଆମକୁ ସାମ୍ନା କରିବାକୁ ପଡ଼ିବ । ଏହା ଭାରତୀୟ ସେନାର କର୍ତ୍ତବ୍ୟ । ପୁର୍ବ ସେନାଧକ୍ଷ୍ୟଙ୍କ ପରି ମୋର କର୍ତ୍ତବ୍ୟକୁ ସୁଚାରୁରୁପେ ପାଳନ କରିବାକୁ ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ମନୋଜ ପାଣ୍ଡେ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ ଯେ ମୋତେ ସେନାର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି, ଯାହାକୁ ମୁଁ ଅତି ନମ୍ରତାର ସହ ଗ୍ରହଣ କରୁଛି। ଭାରତୀୟ ସେନାର ଏକ ଗର୍ବିତ ଇତିହାସ ରହିଛି ଯାହା ଦେଶର ସୁରକ୍ଷା ଏବଂ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏକ ମହତ୍ୱପୁର୍ଣ୍ଣ କାର୍ଯ୍ୟ କରିଛି ।

Get real time updates directly on you device, subscribe now.