fbpx

ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି କରିଛି କରୋନା ଭାଇରସ୍ । ତେଣୁ କରୋନାକୁ ନେଇ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ସେ ନିବେଦନ କରି କହିଛନ୍ତି ଯେ ବାହାରକୁ ନଯିବା ପାଇଁ ବ୍ୟକ୍ତିଗତ ସ୍ତରରେ ଶପଥ ନିଅନ୍ତୁ । ଆମେ ସାବଧାନ ରହିଲେ କରୋନା ଆମ ଘରକୁ ପଶିପାରିବ ନାହିଁ । ଏହାସହ କରୋନା ମୁକାବିଲା ପାଇଁ ମୋ ଜୀବନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘରୁ ବାହାରକୁ ନବାହାରିବା ପାଇଁ ବ୍ୟକ୍ତିଗତ ଭାବେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଜରୁରୀ କାମରେ ବାହାରକୁ ଯାଇଥିଲେ ୨୦ସେକେଣ୍ଡ ହାତ ଧୋଇ ଘରେ ପଶିବାକୁ ସେ କହିଛନ୍ତି । ଶପଥ ନେବାକୁ ଭିଡ଼ିଓ ସୁଟିଂ କରି ତାଙ୍କ ସହ ସେୟାର କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.