fbpx

ଗୁଗଲ କ୍ରୋମକୁ ନେଇ ସରକାରଙ୍କ ପରାମର୍ଶ, ଜଲଦୀ କରିନିଅନ୍ତୁ ଏହି କାମ ନହେଲେ ହୋଇପାରେ ବଡ଼ ଅସୁବିଧା

ବିଶ୍ୱର ସବୁଠୁ ଲୋକପ୍ରିୟ ବ୍ରାଉଜର ମଧ୍ୟରୁ ଗୋଟିଏ ହେଉଛି ଗୁଗଲ କ୍ରୋମ । ଏହାର ବ୍ୟବହାର କୋଟି କୋଟି ୟୁଜର୍ସ କରୁଛନ୍ତି । ଭାରତରେ ମଧ୍ୟ କୋଟି କୋଟି ଲୋକ ମୋବାଇଲ ଏବଂ କମ୍ପ୍ୟୁଟରରେ ଏହାର ବ୍ୟବହାର କରୁଛନ୍ତି  । ଏଥିପାଇଁ ସବୁବେଳେ ହ୍ୟାକର୍ସଙ୍କ ନଜରରେ ରହିଆସିଛି ଏହି ବ୍ରାଉଜର । ସାଇବର ସୁରକ୍ଷା ନୋଡାଲ ଏଜେନ୍ସୀ ଇଣ୍ଡିଆନ କମ୍ପ୍ୟୁଟର ଇମରଜେନ୍ସୀ ରେସ୍ପନ୍ସ ଟିମ୍ (ସିଇଆରଟି-ଇନ) ନିକଟରେ ଗୁଗଲ କ୍ରୋମକୁ ନେଇ ସତର୍କତା ଜାରି କରିଥିଲା ।

ସିଇଆରଟି-ଇନ କ୍ରୋମ ୟୁଜର୍ସଙ୍କ ପାଇଁ ସତର୍କତା ଜାରି କରିବା ସହ କହିଥିଲା ଯେ ନିଜର ଡେସ୍କଟପ୍ ବ୍ରାଉଜରକୁ ଯଥାଶୀଘ୍ର ଅପଡେଟ କରିନିଅନ୍ତୁ । ଗୁଗଲ କ୍ରୋମ ବ୍ରାଉଜରରେ ଥିବା ଏହାର ବିଭିନ୍ନ ଭୁଲକୁ ସ୍ୱୀକାର କରିଥିଲା ଏବଂ ଅପଡେଟ ଜାରି କରିଥିଲା । ଏହାକୁ ଦୃଷ୍ଟିରେ  ରଖି ସିଆରଟି-ଇନ ଏହାକୁ ନେଇ ନୋଟ ଜାରି କରିଥିଲା ।

ସିଇଆରଟି-ଇନ ଏହାର ନୋଟ ରେ କହିଥିଲା ଯେ ଗୁୁଗଲ କ୍ରୋମ ଅଧିକ ସମ୍ବେଦନଶୀଳ ସାଇବର ଆକ୍ରମଣକୁ ଆକର୍ଷିତ କରିପାରେ । ଏହା ହ୍ୟାକରଙ୍କୁ ଦୂରରେ ବସି ମଧ୍ୟ ଆପଣଙ୍କ ସିଷ୍ଟମ ରେ ବିପଦଜନକ କୋଡ ଏକ୍ଜିକ୍ୟୁଟ କରିବା ଏବଂ ସିକ୍ୟୁରିଟିକୁ ଭେଦ କରିବା ଭଳି କାମ କରିପାରିବେ । ଏଭଳିକି ବଫର ଓଭରଫ୍ଲୋର ମଧ୍ୟ କାରଣ ପାଲଟିପାରେ ଏବଂ ଆପଣଙ୍କୁ ସିଷ୍ଟମରେ ଥିବା ସଫ୍ଟଓୟାର କୁ କରପ୍ଟ କରିପାରେ । ଏହା ସହ ଅନ୍ୟାନ୍ୟ ସାଇବର ଆକ୍ରମଣର ଶିକାର ହୋଇପାରେ କ୍ରୋମ ବ୍ରାଉଜର । ସିଇଆରଟି-ଇନ କ୍ରୋମ ବ୍ରାଉଜରର ଏହି ସମସ୍ୟାକୁ ଅଧିକ ଗମ୍ଭୀରତା ରେଟିଂ ଦେଇଛି ।

ଏମିତି କରନ୍ତୁ ଅପଡଟ:

କ୍ରୋମ  ବ୍ରାଉଜର ଖୋଲନ୍ତୁ ଏବଂ ମେନ୍ୟୁକୁ ଯାଆନ୍ତୁ

ଏହା ପରେ ହେଲ୍ପ ଅପ୍ସନ କ୍ଲିକ କରନ୍ତୁ

ଏଠାରେ ଆପଣଙ୍କୁ About Google Chrome  ଅପ୍ସନ ଦେଖାଯିବ

ଏହାକୁ କ୍ଲିକ କରିବା ପରେ କ୍ରୋମ ବ୍ରାଉଜର ଅପଡେଟ ହେବା ଆରମ୍ଭ ହୋଇଯିବ ।

 

 

Get real time updates directly on you device, subscribe now.