fbpx

ଦିଲ୍ଲୀକୁ ୨୦୯ ଟାର୍ଗେଟ: ଦମଦାର ବ୍ୟାଟିଂ ବଳରେ କ୍ୟାପିଟାଲ୍ସକୁ ବିରାଟ ଲକ୍ଷ୍ୟ ଦେଲା ଚେନ୍ନାଇ

ମୁମ୍ବାଇ: ଚେନ୍ନାଇ ବିପକ୍ଷରେ ଆଜିର ମ୍ୟାଚ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି ୨୦୯ ରନର ଏକ ବିରାଟ ଲକ୍ଷ୍ୟ । ଟସ ଜିତି ବୋଲିଂ କରିବା ନିଷ୍ପତ୍ତି ଋଷଭ ପନ୍ତଙ୍କ ଉପରେ ସେତେଟା ଫଳପ୍ରଦ ହୋଇନାହିଁ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ ସଂଗ୍ରହ କରି ନେଇଛି । ଓପନରଙ୍କ ଦମଦାର ବ୍ୟାଟିଂ ଏବଂ ଅଧିନାୟକ ଧୋନୀଙ୍କ ବିସ୍ପୋରକ ପାଳି ଫଳରେ ଏହି ବିଶାଳ ସ୍କୋର ଛିହା କରିଛି ଚେନ୍ନାଇ ।

ଓପନର ଋତୁରାଜ ଗାଏକ୍ୱାଡ ଏବଂ ଡେଭନ କନୱେ ଆଜି ପୁଣିଥରେ ଧୋନୀଙ୍କ ଭରଷାକୁ ପ୍ରମାଣ କରି ଦେଖାଇଛନ୍ତି । ୧୧୦ ରନର ଭାଗିଦାରୀ କରି ଦଳକୁ ଏକ ମଜବୁତ ଆରମ୍ଭ ଦେଇଥିଲେ ଏହି ଦୁଇ ଓପନର । ତେବେ ୩୩ ବଲରେ ୪୧ ରନ କରି ଏକାଦଶ ଓଭରରେ ନୋକିଆଙ୍କ ପ୍ରଥମ ଶିକାର ପାଲଟି ଯାଇଥିଲେ ଋତୁରାଜ । କିନ୍ତୁ ଅନ୍ୟ ପକ୍ଷରେ କନୱେ ବୋଲରମାନଙ୍କ ଅଦିକାଂଶ ବଲକୁ ସୀମାରେଖା ବାହାରକୁ ପହଞ୍ଚାଇବାରେ ବ୍ୟସ୍ତ ଥିଲେ । ଏହାପରେ ତାଙ୍କ ସାଥ ଦେବାକୁ ଆସିଥିବା ଶିବମ ଦୁବେ ମଧ୍ୟ ଦମଦାର ପାଳି ଖେଳିଥିଲେ । ୧୯ ବଲରୁ ୨ଟି ଲେଖାଏଁ ଛକା/ ଏବଂ ଚୌକା ସହ ୩୧ ରନର ଏକ ସୁନ୍ଦର ପାଳି ଖେଳିଥିଲେ ଶିବମ ।

କିନ୍ତୁ ଅମ୍ବାତି ରାୟୁଡୁ ପୁଣିଥରେ ଫେଲ ମାରିଥିଲେ ଏହି ମ୍ୟାଚରେ । ଡେଭନ କନୱେ ୧୭ତମ ଓଭରରେ ବଡ ଶଟ ଖେଳିବା ଆଶାରେ ଖଲୀଲ ଅହମଦଙ୍କ ଶିକାର ହୋଇଯାଇଥିଲେ । କିନ୍ତୁ ସେତେବେଳକୁ ୪୯ ବଲରୁ ୮୭ ରନର ଏକ ଧୂଆଁଧାର ଇନିଂସ ଖେଲି ଦଳକୁ ମଜବୁତ କରି ସାରିଥିଲେ । ଏହି ପାଳିରେ ତାଙ୍କର ସାମିଲ ଥିଲା ୫ ଛକା ଏବଂ ୭ ଚୌକା । ଏହାପରେ ପଡିଆରେ ଧୋନୀ ଶୋ’ ମଧ୍ୟ ବାକି ରହିଥିଲା । ୮ ବଲରୁ ୨ଟି ଛକା ଏବଂ ଗୋଟିଏ ଚୌକା ସହ ୨୧ ରନର ଏକ ଦ୍ରୁତ ପାଳି ଖେଳି ଦଳକୁ ୨୦୮ ରନରେ ପହଞ୍ଚାଇଛନ୍ତି । ଏବେ ଏହି ମ୍ୟାଚକୁ ଜିତିବା ପାଇଁ ଦିଲ୍ଲୀ କ୍ୟାପାଟାଲ୍ସକୁ ୨୦ ଓଭରରେ ୨୦୯ ରନର ବିଜୟ ଲକ୍ଷ୍ୟ ଦେଇଛି ସିଏସକେ ।

ସେପଟେ ଦିଲ୍ଲୀ ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ଏନରିଚ ନୋକିଆ । ୪ ଓଭରରେ୪୨ ରନ ଖର୍ଚ୍ଚ କରିଥିଲେ ବି ୩ଟି ୱିକେଟ ନେବାରେ ସେ ସପଳ ହୋଇଛନ୍ତି । ସେହିପରି ଖଲୀଲ ଅହମଦ ୨୭୮ ରନରେ ୨ଟି ୱିକେଟ ନିଜ ନାମରେ କରିଛନ୍ତି ଏବଂ ଗୋଟିଏ ୱିକେଟ ହାସଲ କରିଛନ୍ତି ମିଚେଲ ମାର୍ଶ । ତେବେ କୁଳଦୀପ ଯାଦବ ଆଜି ସବୁଠୁ ମହଭ୍ଗା ସାବ୍ୟସ୍ତ ହୋଇଛନ୍ତି । ୩ ଓଭରରେ ୪୩ ବ୍ୟୟ କରିଥିବା ବେଳେ ଗୋଟିଏ ବି ୱିକେଟ ପାଇ ନାହାନ୍ତି କୁଳଦୀପ । ଖଲୀଲ ଏବଂ ଅକ୍ସର ପଟେଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ବୋଲରଙ୍କ ଉପରେ ଭାରୀ ପଡିଛନ୍ତି ଚେନ୍ନାଇର ସମସ୍ତ ବ୍ୟାଟ୍ସମ୍ୟାନ ।

Get real time updates directly on you device, subscribe now.