fbpx

ଦିବ୍ୟାଙ୍ଗ ଶିଶୁଙ୍କୁ ଯାତ୍ରା କରିବାକୁ ବାରଣ ଘଟଣା, କଠିନ ପରିସ୍ଥିତିରେ ‘ସର୍ବୋତ୍ତମ ନିଷ୍ପତ୍ତି’ କହିଲେ ଇଣ୍ଡିଗୋ ଏୟାରଲାଇନ୍ସ ସିଇଓ

ରାଞ୍ଚି: ଶନିବାର ରାଞ୍ଚି ବମାନ ବନ୍ଦରରେ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ବିମାନରେ ଯାତ୍ରା କରିବାକୁ ବାରଣ କରିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ଏହି ବିଷୟରେ ଆଜି ନିଜର ପତିକ୍ରିୟା ରଖିଛନ୍ତି ଇଣ୍ଡିଗୋ ଏୟାରଲାଇନ୍ସ ସିଇଓ । ଘଟଣାକୁ ନେଇ ସେ ଅନୁତାପ କରିବା ସହ କମ୍ପାନୀ ପକ୍ଷରୁ ଏହି ଘଟଣାର ସମସ୍ତ ଦିଗ ସମୀକ୍ଷା କରି ଆମେ ଏକ ସଂଗଠନ ଭାବରେ ସବୁ ଦୃଷ୍ଟିକୋଣରୁ କଠିନ ପରିସ୍ଥିତିରେ ସର୍ବୋତ୍ତମ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।

ଯାତ୍ରା ସମୟରେ ପରିବାରକୁ ଯାତ୍ରାରେ ନେବା ଆମର ଉଦ୍ଦେଶ୍ୟ ଥିଲା କିନ୍ତୁ ପିଲାଟି “ଆତଙ୍କିତ ଅବସ୍ଥାରେ” ଥିବାରୁ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବାକୁ ବାରଣ କରାଯାଇଥିଲା। ଏହି ଘଟଣା ପରେ ଇଣ୍ଡିଗୋ ଏୟାରଲାଇନ୍ସ ସେହି ପିଲା ଜଣଙ୍କୁ ଏକ ବୈଦ୍ୟୁତିକ ହ୍ୱିଲ୍ ଚେୟାର ପ୍ରଦାନ କରିବ ବୋଲି ସେ କହିଛନ୍ତି।

ଶନିବାର ରାଞ୍ଚିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବିମାନରେ ଦିବ୍ୟାଙ୍କ ଶିଶୁଙ୍କୁ ଯାତ୍ରା କରିବାରୁ ବାରଣ କରିବା ପରେ ତାଙ୍କର ପିତାମାତା ମଧ୍ୟ ଯାତ୍ରା କରିବାକୁ ମନା କରିଦେଇଥିଲେ ।

Get real time updates directly on you device, subscribe now.