fbpx

ଆଇଏମଏଫର ଚେତାବନୀ: ଇନ୍ଧନର ବଢ଼ୁଥବା ଦାମ୍ ଅଣିବାରେ ମାନ୍ଦାବସ୍ଥା, ବୈଶ୍ୱିକ ବୃଦ୍ଧି ଉପରେ ପଡ଼ିବ ଚାପ

ବିଶ୍ୱରେ ବଢ଼ୁଥିବା ମୁଦ୍ରାସ୍ପୀତିକୁ ନେଇ ଚିନ୍ତା ପ୍ରକାଶ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)  । ଆଇଏମଏଫ କଞ୍ଚାତେଲର ବଢ଼ୁଥିବା ଦାମର ପ୍ରଭାବ ବୈଶ୍ୱିକ ମୁଦ୍ରାସ୍ପୀତି ଏବଂ ବିକାଶକୁ ନେଇ ଉପୁଜୁଥିବା ବାଧାକୁ ନେଇ ରବିବାର ଏକ ରିପୋର୍ଟ ଜାରି କରିଛି । ଆଇଏମଏଫ କହିଛି ଯେ ତେଲ ଦର ବୃଦ୍ଧି କିଛି ଲୋକଙ୍କୁ ୧୯୭୦ ଦଶକର ମନେ ପକାଉଛି ଯେତେବେଳେ ଭୂ-ରାଜନୈତିକ କାରଣରୁ ଇନ୍ଧନର ଦାମ୍ ବହୁତ ବଢ଼ିଯାଇଥିଲା ।

୭୦ ଦଶକରେ ଉଚ୍ଚ ମୁଦ୍ରାସ୍ପୀତି ଜନିତ ମାନ୍ଦାବସ୍ଥା ଉପୁଜିଥିଲା, ପୁଣି ଥରେ କିଛି ଏମିତି ହେବା ନେଇ ଲୋକଙ୍କ ମନରେ ଡର ରହିଛି । ଅବଶ୍ୟ ଆଇଏମଏଫ କହିଛି ଯେ ଏବେ ସମୟ ବଦଳି ଯାଇଛି, ଆଜି ବ୍ୟାଙ୍କ ଅଧିକ  ସ୍ୱତନ୍ତ୍ର ହୋଇଛନ୍ତି ଏବଂ ଏହି ଦଶକରେ ସେମାନଙ୍କର ମୁଦ୍ରାନୀତି ଉପରେ ଲୋକଙ୍କ ଭରଷା ରହିଛି । ଆମେ ଆଶା କରୁଛୁ ଯେ ବୈଶ୍ୱିକ ବିକାଶ ଦର ୩.୫ ପ୍ରତିଶତ ରହିପାରେ । ନିକଟରେ ବିଶ୍ୱ ଅର୍ଥନୀତିକୁ ନେଇ ଆଉଟଲୁକ ରିପୋର୍ଟରେ ପୂର୍ବରୁ ଏହାକୁ କମ୍ ଦର୍ଶାଇଥିଲା । ଅବଶ୍ୟ ଏହା ଆଉ କମ୍ ହୋଇପାରେ ଏବଂ ମୁଦ୍ରାସ୍ପୀତି ଅନୁମାନ ଠାରୁ ବହୁତ ଅଧିକ ହୋଇପାରେ । ଏହାର ସବୁଠୁ ଅଧିକ ପ୍ରଭାବ ୟୁରୋପ ଉପରେ ଦେଖିବାକୁ ମିଳିପାରେ କାରଣ ଇନ୍ଧନ ପାଇଁ ଏମାନେ ଋଷ ଉପରେ ନିର୍ଭର କରିଥାନ୍ତି ।

ଗତ ମାସରେ ଆଇଏମଏଫ ଜାରି କରିଥିବା କରିଥିବା ଏହାର ୱାର୍ଲ୍ଡ ଇକୋନୋମିକ ଆଉଟଲୁକ୍ ରେ କହିଥିଲା ଯେ ୟୁକ୍ରେନରେ ଯୁଦ୍ଧ ଯୋଗୁଁ ମାନବୀୟ ସଂଙ୍କଟ ସୃଷ୍ଟି ହୋଇଛି ଯାହା ଆର୍ଥିକ ସଙ୍କଟ ମଧ୍ୟ ସୃଷ୍ଟି କରିଛି । ଆଇଏମଏଫ ଅନୂଯାୟୀ ଯୁଦ୍ଧ ଯୋଗୁଁ ୨୦୨୨ ରେ ବୈଶ୍ୱିକ ବୃଦ୍ଧିରେ ମାନ୍ଦାବସ୍ଥା ଦେଖାଦେବ ଯାହାଦ୍ୱାରା ମୁଦ୍ରାସ୍ପୀତି ଆହୁରି ବଢ଼ିବ । ଇନ୍ଧନ ଏବଂ ଖାଦ୍ୟ ସାମଗ୍ରୀ ବହୁତ ତୀବ୍ର ଭାବରେ ଦର ବୃଦ୍ଧି ହୋଇଛି ଏବଂ ଏହାର ପ୍ରଭାବ ସଙ୍କଟଗ୍ରସ୍ତ ଦେଶଙ୍କ ଉପରେ ସବୁଠୁ ଅଧିକ ପଡ଼ିଛି । ବୈଶ୍ୱିକ ଆର୍ଥିକ ଅଭିବୃଦ୍ଧି ୨୦୨୧ ରେ ୬.୧ ପ୍ରତିଶତରୁ ଖସି ୨୦୨୨, ୨୦୨୩ ରେ ୩.୬ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ଯାହା ଜାନୁଆରୀରେ ଅନୁମାନିତ ବୃଦ୍ଧି ଦରରୁ କ୍ରମଶଃ ୦.୮ ପ୍ରତିଶତ ,ବଂ ୦.୨ ପ୍ରତିଶତ କମ୍ ରହିଛି । ୨୦୨୩ ରେ ଏହା ବଢ଼ି ୩.୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବା ନେଇ ଅନୁମାନ କରାଯାଉଛି ।

ଏହି ରିପୋର୍ଟ ଅନୂଯାୟୀ ଭାରତର ଅର୍ଥବ୍ୟବସ୍ଥା ସବୁଠୁ ଶୀଘ୍ର ବୃଦ୍ଧି କରିବ । ଭାରତର ଜିଡିପି ୨୦୨୨ ରେ ୮.୨ ପ୍ରତିଶତ ଏବଂ ୨୦୨୩ ରେ ୬.୯ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି । ଆଇଏମଏଫ୍ ର କହିବା ଅନୂଯାୟୀ ମାନବୀୟ, ଆର୍ଥିକ, ପରିବେଶ ସମ୍ବନ୍ଧୀୟ ସଙ୍କଟକୁ ଦୂର କରିବା ପାଇଁ ମିଳିମିଶି ଚେଷ୍ଟା କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.