fbpx

ଘରୋଇ ଉପାୟରେ ଦୂର କରନ୍ତୁ ବ୍ଲାକହେଡ୍ସ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ନାକରେ ବ୍ଲାକହେଡ୍ସକୁ ନେଇ ଅନେକ ବ୍ୟସ୍ତ ହୁଅନ୍ତି, ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ପାର୍ଲର ବିଉଟି ପ୍ରୋଡକ୍ଟ ଉପରେ ଖର୍ଚ୍ଚାନ୍ତ ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ କହିବାକୁ ଯାଉଛୁ, ଯାହାଦ୍ୱାରା ଆପଣଙ୍କୁ ସହଜରେ ଏହି ବ୍ଲାକହେଡ୍ସରୁ ମୁକ୍ତି ମିଳିବ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆପଣ ଏହି ବ୍ଲାକହେଡ୍ସରୁ ମୁକ୍ତି ପାଇପାରିବେ ।

ଟମାଟୋ: ଟମାଟୋର ବ୍ୟବହାର ଦ୍ୱାରା ଆପଣ ସହଜରେ ବ୍ଲାକହେଡ୍ସରୁ ମୁକ୍ତି ପାଇପାରିବେ । ରାତିରେ ଶୋଇବା ପୂର୍ବରୁ ଟମାଟୋ ପଲ୍ପକୁ ବ୍ଲାକହେଡ୍ସ ଉପରେ ଲଗାନ୍ତୁ ଏବଂ ସକାଳେ ଧୁଅନ୍ତୁ ଏହାଦ୍ୱାରା ବ୍ଲାକହେଡ୍ସ ଗୁଡ଼ିକ ବାହାରିଯିବ । ଟମାଟୋରେ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଥାଏ । ଯାହା ବ୍ଲାକହେଡ୍ସକୁ ହଟାଇବାରେ ସହାୟକ ହୋଇଥାଏ ।

ଏଗ୍ ହ୍ୱାଇଟ୍: ଏହି ଉପାୟଟି ଅତି ସହଜ, କେବଳ ଅଣ୍ଡାର ଧଳା ଅଂଶକୁ ନେଇ ସେଥିରେ ଗୋଟିଏ ଚାମଚ ମହୁ ମିଶାଇ ଏହାକୁ ଭଲଭାବରେ ମିକ୍ସ କରନ୍ତୁ ଏବଂ ଏହି ମିଶ୍ରଣକୁ ବ୍ଲାକହେଡ୍ସ ଉପରେ ଲଗାନ୍ତୁ ଆଉ ଯେତେବେଳେ ଏହା ଭଲଭାବରେ ଶୁଖି ଶକ୍ତ ହୋଇଯିବ ଏହାକୁ କାଢ଼ିନିଅନ୍ତୁ ଏହାଦ୍ୱାରା ବ୍ଲାକହେଡ୍ସ ବାହାରିଯିବ ।

ଗ୍ରୀନ ଟି: ଗ୍ରୀନ ଟି ପତ୍ରକୁ ନେଇ ଏହାକୁ ପୋଷ୍ଟ କରି ନାକରେ ଲଗାନ୍ତୁ ଏବଂ ୧୫-୨୦ ମିନିଟ୍ ମଧ୍ୟରେ ଏହା ଶୁଖିଯିବା ପରେ ଗରମ ପାଣିରେ ଧୁଅନ୍ତୁ, ଚେହେରାରେ ଥିବା ବ୍ଲାକହେଡ୍ସ ବାହାରିଯିବ ।

Get real time updates directly on you device, subscribe now.