ବିଦେଶୀ ଅନୁଦାନକୁ ନେଇ ସିବିଆଇ ପଞ୍ଝାରେ ଏନଜିଓ, ଦିଲ୍ଲୀ ସହ ୪୦ ସ୍ଥାନରେ ଚାଲିଛି ରେଡ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ମଙ୍ଗଳବାର କେନ୍ଦ୍ରୀ ଗୃହ ମନ୍ତ୍ରାଳୟର ଅଧିକାରୀ ଏବଂ ବେସରକାରୀ ସଂଗଠନ ଉପରେ ଲାଞ୍ଚ ବଦଳରେ ବିଦେଶୀ ଫଣ୍ଡିଂ ମାମଲାରେ ବଡ଼ ରେଡ ଅଭିଯାନ ଆରମ୍ଭ କରିଛି । ଦିଲ୍ଲୀ, ଚେନ୍ନାଇ, ମହୀଶୂର, କୋଏମ୍ବାଟୁର ଏବଂ ରାଜସ୍ଥାନ ସହ ଦେଶର ୪୦ ସ୍ଥାନରେ ରେଡ୍ କରିଛି ।

ମିଳିଥିବା ସୂଚନା ଅନୂଯାୟୀ ଏହି ସବୁ ସ୍ଥାନରେ ରେଡ୍ କରୁଛି ଫଳରେ ଏନଜିଓ ଏବଂ ଲାଞ୍ଚ ଧରାପଡ଼ିବ । ଏହି କାର୍ଯ୍ୟାନୁଷ୍ଠାନ କେନ୍ଦ୍ର ଗୃହ ମନ୍ତ୍ରାଳୟଠାରୁ ଗୁପ୍ତ ସୂଚନା ଆଧାରରେ କରାଯାଉଛି । ଅଭିଯୋଗ ହୋଇଛି ଯେ ଏଫସିଆରଏ ଡିଭିଜନରେ କିଛି ସରକାରୀ କର୍ମଚାରୀ ଏନଜିଓଙ୍କ ସହ ମିଶି ଲାଇସେନ୍ନସର ଅବୈଧ ମଞ୍ଜୁରୀ ଦେଉଥିଲେ, ଯେଉଁମାନେ ସେମାନଙ୍କୁ ଲାଞ୍ଚ ବଦଳରେ ବିଦେଶୀ ଅନୁଦାନ ଦେଉଥିଲେ । ସିବିଆଇ ଏହି ମାମଲାରେ ଏପର୍ଯ୍ୟନ୍ତ ପ୍ରାୟ ୬ ଜଣଙ୍କୁ ଗିରଫ କରିଛି ଏବଂ ପ୍ରାୟ ୨ କୋଟି ଟଙ୍କା ଲାଞ୍ଚ ଦେଣନେଣ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ସଂସଦରେ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୨୦ ପରଠାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଇନ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟତା ମାନଦଣ୍ଡ ପୂରଣ ନକରିଥିବା ୪୬୬ ଏନଜିଓର ବିଦେଶୀ ଅନୁଦାନ ଲାଇସେନ୍ସ ନବୀକରଣ କରିବାକୁ ମନା କରିଥିଲେ । ମନ୍ତ୍ରଣାଳୟ କହିଛି ଯେ ୨୦୨୦ ରେ ୧୦୦ ନବୀକରଣ, ୨୦୨୧ ରେ ୩୪୧ ଏବଂ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ୨୫ ଟି ଏନଜିଓର ଲାଇସେନ୍ସ ନବୀକରଣକୁ ରିଜେକ୍ଟ କରାଯାଇଛି । ଦେଶରେ ୧୬,୮୯୫ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି।

ନଭେମ୍ବର ୨୦୨୦ ରେ ଗୃହ ମନ୍ତ୍ରଣାଳୟ ଏଫସିଆରଏ ନିୟମକୁ କଡାକଡି କରିବା ସହ କହିଛି ଯେ କୌଣସି ସଂଗଠନ ଯଦି  ରାଜନୈତିକ ଦଳ ସହ ସିଧାସଳଖ ଜଡିତ ନୁହଁନ୍ତି କିନ୍ତୁ ରାଜନୈତିକ କାର୍ଯ୍ୟକଳାପ ଯେମିତିକି ସଟଡାଉନ, ଷ୍ଟ୍ରାଇକ୍ କିମ୍ବା ରୋଡ୍ ଜାମ ଭଳି କାର୍ୟ୍ୟରେ ଲିପ୍ତ ରହିବେ ସେମାନଙ୍କୁ ରାଜନୈତିକ ପ୍ରକୃତିର ଧରାଯିବ, ଆଉ ଏହି ପରିବର୍ତ୍ତନ ଏହିପରି ଗୋଷ୍ଠୀକୁ ବିଦେଶୀ ପାଣ୍ଠି ପାଇବାରୁ ରୋକିବ । ଏହି ବର୍ଗ ଅଧୀନରେ ଥିବା ସଂସ୍ଥାଗୁଡ଼ିକରେ ମଧ୍ୟରେ ଅଛନ୍ତି କୃଷକ ସଂଗଠନ, ଛାତ୍ର, ଶ୍ରମ ସଂଗଠନ ଏବଂ ଜାତି ଭିତ୍ତିକ ସଂଗଠନ ଅନ୍ତର୍ଭୁକ୍ତ ।