ଇନଞ୍ଜୁରୀ ଯୋଗୁଁ IPL 2022ରୁ ବାଦ୍ ପଡ଼ିଲେ ଚେନ୍ନାଇ ସୁପର କିଙ୍ଗସ୍ ପୁର୍ବତ୍ତନ ଅଧିନାୟକ ରବିନ୍ଦ୍ର ଜାଡେଜା

ମୁମ୍ବାଇ: ଚେନ୍ନାଇ ସୁପର କିଙ୍ଗସ୍ ପୁର୍ବତ୍ତନ ଅଧିନାୟକ ରବିନ୍ଦ୍ର ଜାଡେଜା ଇନଞ୍ଜୁରୀ କାରଣରୁ ଆଇପିଏଲ ୨୦୨୨ରୁ ସମ୍ପୁର୍ଣ୍ଣରୂପେ ବାଦ୍ ପଡ଼ିଛନ୍ତି । ଚେନ୍ନାଇ ପକ୍ଷରୁ ବୁଧବାର ଏନେଇ ସୂଚନା ଦିଆଯାଇଛି । ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ବିପକ୍ଷ ମ୍ୟାଚ୍ ରେ ସେ ଆହତ ହୋଇଥିଲେ । ଏହା ପରେ ତାଙ୍କୁ ନେଇ ସଂଶୟ ଲାଗି ରହିଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସ ଆଜି ସନ୍ଧ୍ୟାରେ ଦେଇଥିବା ବିବୃତ୍ତିରେ କହିଛି ଯେ ରବୀନ୍ଦ୍ର ଜାଡେଜାଙ୍କ ଦେହରେ ଆଘାତ ଲାଗିଥିବାରୁ ଦିଲ୍ଲୀ ରାଜଧାନୀ ବିପକ୍ଷ ମ୍ୟାଚରେ ସେ ଉପଲବ୍ଧ ନଥିଲେ। ତାଙ୍କୁ ବାକି ଆଇପିଏଲ୍ ୨୦୨୨ ସିଜନ୍ ପାଇଁ ସମ୍ପୁର୍ଣ୍ଣ ରୂପେ ବାଦ୍ ଦିଆଯାଇଛି ।

ତେବେ ଚେନ୍ନାଇ ସୁପର କିଙ୍ଗ୍ସରେ ସବୁ କିଛସି ଠିକ୍ ନଥିବା କୁହାଯାଉଛି । ଜାଡେଜାଙ୍କ ପ୍ରଦର୍ଶନ ଏବଂ ତାଙ୍କର ଅଧିନାୟକତ୍ୱକୁ ନେଇ ଦଳରେ ଅସନ୍ତୋଶ ରହିଥିବା କୁହାଯାଉଛି । ଗତ ଦୁଇ ଦିନ ଧରି ରବିନ୍ଦ୍ର ଜାଡେଜାଙ୍କ ବିଷୟରେ ଅନେକ ପ୍ରକାରର ଖବର ଆସୁଥିଲା, ଏପରିକି ଚେନ୍ନାଇ ସୁପର କିଙ୍ଗ୍ସ ଇନଷ୍ଟାଗ୍ରାମରେ ରବିନ୍ଦ୍ର ଜାଡେଜା କାହାକୁ ଅନୁସରଣ କରୁନାହାଁନ୍ତି ବୋଲି ଦାବି କରାଯାଉଥିଲା। ଏଭଳି ପରିସ୍ଥିତିରେ କ୍ରମାଗତ କଳ୍ପନାଜଳ୍ପନା ଚାଲିଥିଲା।

ଚଳିତ ସିଜନରେ ରବିନ୍ଦ୍ର ଜାଡେଜାଙ୍କ ନେତୃତ୍ୱରେ ଚେନ୍ନାଇ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ୬ ମୁକାବିଲାରେ ପରାଜୟ ବରଣ କରିଥିଲା । ତାଙ୍କ ନେତୃତ୍ୱରେ ଚେନ୍ନାଇ ୮ ମ୍ୟାଚ୍ ରୁ ୬ଟିରେ ପରାଜୟ ଏବଂ ଦୁଇଟିରେ ବିଜୟ ହାସଲ କରିଥିଲା । ଏହା ପରେ ସେ ଅଧିନାୟକତ୍ୱ ଛାଡ଼ି ଦେଇଥିଲେ । ଦଳ ଏପର୍ଯ୍ୟନ୍ତ ୧୧ ମ୍ୟାଚ୍ ଖେଳିଥିବା ବେଳେ ୪ଟିରେ ବିଜୟ ହାସଲ କରି ପ୍ଲେଅଫ ଆଶା ବଜାୟ ରଖିଛି ।

 

Get real time updates directly on you device, subscribe now.