fbpx

ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ: ରେପ୍ ମାମଲାରେ…

ଜୟପୁର: ରାଜସ୍ଥାନ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ମହେଶ ଯୋଶୀଙ୍କ ପୁଅ ରୋହିତ ଯୋଶୀଙ୍କ ବିରୋଧରେ ଦିଲ୍ଲୀରେ ବଳାକ୍ରାର ମାମଲା ରୁଜୁ ହୋଇଥିବା ବେଳେ ଯେକୌଣସି ସମୟରେ ସେ ଗିରଫ ହୋଇପାରନ୍ତି । ବଳାକ୍ରାର ମାମଲାରେ ଆଜି ଦିଲ୍ଲୀ ପୋଲିସର ଟିମ୍ ଜୟପୁର ପହଞ୍ଚିିଛି ।

ଅବଶ୍ୟ ରୋହିତ ଯୋଶୀ ଅଣ୍ଡରଗ୍ରାଉଣ୍ଟ ହୋଇଥିବା କୁହାଯାଉଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେକୌଣସି ସମୟରେ ରୋହିତ ଗିରଫ ହୋଇପାରନ୍ତି । ଦିଲ୍ଲୀ ପୋଲିସର ନେତୃତ୍ୱରେ ୧୫ ସଦସ୍ୟ ଥିବା ଟିମ୍ ଜୟପୁରରେ ପହଞ୍ଚିଛି ।

ପୋଲିସ ରୋହିତଙ୍କ ଘରେ ଖୋଜୁଥିବା ବେଳେ ସେ ଘରେ ନଥିବା ଜଣାପଡିଛି । ତେବେ ରୋହିତଙ୍କ ବିରୋଧରେ ରାଜସ୍ଥାନର ୨୪ ବର୍ଷୀୟ ଯୁବତୀ ଦିଲ୍ଲୀ ସଦର ବଜାର ଥାନାରେ ରେପ୍ କେସ୍ ରୁଜୁ କରିଛନ୍ତି ।

Get real time updates directly on you device, subscribe now.