fbpx

ଚିନ୍ତନ ଶିବିରରେ କହିଲେ କଂଗ୍ରେସ ନେତା- ନିର୍ବାଚନ ସମୟରେ ମନ୍ଦିର ଯାଆନ୍ତୁ ନାହିଁ ରାହୁଲ ଗାନ୍ଧୀ

ଉଦୟପୁର: ହିନ୍ଦୁତ୍ଵ ପ୍ରସଙ୍ଗରେ ରାଜନୀତିକୁ ନେଇ କଂଗ୍ରେସରେ ଦ୍ଵନ୍ଦ୍ଵାତ୍ମକ ସ୍ଥିତି ଲାଗି ରହିଛି। ଏଠାରେ ଚାଲିଥିବା ପାର୍ଟିର ତିନି ଦିନିଆ ଚିନ୍ତନ ଶିବିରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ଶିବିରରେ ପାର୍ଟିର ଅନେକ ନେତା ହିନ୍ଦୁତ୍ଵ ପ୍ରସଙ୍ଗରେ ରାଜନୀତି କରିବାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାର ତୀବ୍ର ବିରୋଧ କରିଛନ୍ତି।

କଂଗ୍ରେସ ସୂତ୍ର ଅନୁଯାୟୀ, ଚିନ୍ତନ ଶିବିରର ଦ୍ଵିତୀୟ ଦିନରେ ରାଜନୈତିକ ସମିତିର ବୈଠକରେ ଏହି ପ୍ରସଙ୍ଗ ଉଠିଛି। କେରଳର କିଛି ନେତା କହିଛନ୍ତି, ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ ସମୟରେ ମନ୍ଦିର ନଯିବା ଉଚିତ୍, କାରଣ ଜନତାଙ୍କ ନିକଟକୁ ଏହାର ନକରାତ୍ମକ ସନ୍ଦେଶ ଯାଉଛି। ପୁଣି ଏହା ପ୍ରଚାର କରାଯାଉଛି ଯେ, କଂଗ୍ରେସ ନେତୃତ୍ଵଙ୍କୁ କେବଳ ନିର୍ବାଚନ ସମୟରେ ମନ୍ଦିର କଥା ମନେ ପଡୁଛି। ଏହି ପ୍ରସଙ୍ଗକୁ ନେଇ ଉପସ୍ଥିତି ପ୍ରତିନିଧିଙ୍କ ମଧ୍ୟରେ ଖୁବ୍ ଆଲୋଚନା ହୋଇଛି।

ଏହି ପ୍ରସଙ୍ଗରେ ଆଲୋଚନା ସମୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହାର ବିରୋଧ କରିଛନ୍ତି। ସେ କହିଛନ୍ତି, କେବଳ ରାହୁଲ ଗାନ୍ଧୀ ନୁହେଁ ବରଂ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ନିର୍ବାଚନ ସମୟରେ ଧାର୍ମିକ ସ୍ଥଳ ଗସ୍ତ କରିବା ଉଚିତ୍। ତାଙ୍କ କହିବା କଥା କଂଗ୍ରେସ ନେତାଙ୍କୁ ମନ୍ଦିର, ମସଜିଦ, ଗୁରୁଦ୍ଵାର ଏବଂ ଚର୍ଚ୍ଚ ମଧ୍ୟ ଯିବା ଉଚିତ୍। ଏଥିରେ ବିଜେପିକୁ ଧର୍ମ ନାମରେ କଂଗ୍ରେସ ଉପରେ ଆକ୍ରମଣ କରିବାର ସୁଯୋଗ ମିଳିବ ନାହିଁ।

ବଘେଲ କହିଛନ୍ତି, ଯଦି କଂଗ୍ରେସର ଶୀର୍ଷ ନେତୃତ୍ଵ ଧାର୍ମିକ ସ୍ଥଳ ଯିବେ ନାହିଁ ତେବେ ବିଜେପି ଏହା ପ୍ରଚାର କରିବ ଯେ, କଂଗ୍ରେସକୁ ଧର୍ମ ଏବଂ ଧାର୍ମିକ ସ୍ଥଳକୁ ନେଇ କୌଣସି ଯାଏ ଆସେ ନାହିଁ। ଯଦି ଏମିତି ହୁଏ ତେବେ ନିର୍ବାଚନ ଏହାରେ ସିଧାସଳଖ ଫାଇଦା ବିଜେପିକୁ ମିଳିବ। ପାର୍ଟି ସୂତ୍ର ଅନୁଯାୟୀ, ଗାନ୍ଧୀ ଚିନ୍ତନ ଶିବିର ପରେ ରାଜସ୍ଥାନର ବାଂଶଓ୍ଵାଡା ସ୍ଥିତ ପ୍ରସିଦ୍ଧ ତ୍ରିପୁରସୁନ୍ଦରୀ ମନ୍ଦିର ଯିବେ। ଏହା ରାଜସ୍ଥାନର ବହୁତ ବଡ ପ୍ରସିଦ୍ଧ ମନ୍ଦିର। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରତ୍ୟେକ ଥର ନିର୍ବାଚନ ଲଢିବା ପୂର୍ବରୁ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି।

 

Get real time updates directly on you device, subscribe now.