ନୂଆଦିଲ୍ଲୀ: ପୁଣିଥରେ ଏକାଠି ହୋଇଛନ୍ତି ୨୦୧୧ରେ ଭାରତକୁ ଐତିହାସିକ ବିଶ୍ୱକପ ଜିତାଇଥିବା ଦୁଇ ସୁପରହିରୋ । ଭାରତୀୟ ଦଳର ତତ୍କାଳୀନ ଅଧିନାୟକ ଏବଂ କୋଚଙ୍କୁ ଦୀର୍ଘ ଦିନ ପରେ ପୁଣିଥରେ ଏକାଠି ଦେକିବାକୁ ମିଳିଛି । ଗୁଜୁରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଏମାନେ ଏକାଠି ହୋଇଥିଲେ । ଯାହାର ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ IPLରେ ଉଭୟ ଏବେ ଦୁଇଟି ଅଲଗା ଟିମର ପ୍ରତିନିଧିତ୍ୱ କରୁଛନ୍ତି ।
ମ୍ୟାଚ ପରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ଗୈରୀ କ୍ରଷ୍ଟନ ଉଭୟ ଦେଖା ହୋଇଥିଲେ । ତାଙ୍କ ସହିତ ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉପସ୍ଥିତ ଥିଲେ । ଭାରତକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଜିତାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏହି ଦୁଇ ସୁପର ହିରୋ । ତେଣୁ କ୍ରିକେଟ ଫ୍ୟାନ୍ସମାନଶଙ୍କ ପାଇଁ ଏହି ଫଟୋ ଐତିହାସିକ ହୋଇଛି । ଉଭୟଙ୍କ ଯୋଡି ଭାରତୀୟ କ୍ରିକେଟ ପାଇଁ ଖୁବ ସଫଳ ସାବ୍ୟସ୍ତ ହୋଇଥିଲା । ତେବେ ଏହି ଫଟୋ ସୋଶିଆଲ ମିଡିଆକୁ ଆସିବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସହ ଅନେକ କ୍ରିକେଟପ୍ରେମୀ ୨୦୧୧ ବିଶ୍ୱକପ ସ୍ମୃତି ମଧ୍ୟ ମନେ ପକାଇଛନ୍ତି ।
Reunion of the ? Coach and Captain.@MSDhoni #IPL2022 #WhistlePodu pic.twitter.com/z6wpqZN48V
— DHONIsm™ ❤️? (@DHONIism) May 16, 2022
ଚଳିତ IPLରେ ଦମଦାର ପ୍ରଦର୍ଶନ କରି ଟପ ପୋଜିସନରେ ରହିଛି ଗୈରି କ୍ରଷ୍ଟନଙ୍କ ଦଳ ଗୁଜୁରାଟ ଟାଇଟନ୍ସ । କିନ୍ତୁ ଅନ୍ୟ ପକ୍ଷରେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ଧୋନୀଙ୍କ ଦଳ ଚଳିତ ସିଜନରେ ଦୁର୍ବଳ ପ୍ରବର୍ଶନ କରିଛି । ଯାହା ଫଳରେ ପ୍ଲେଅଫ ଦୌଡରୁ ମଧ୍ୟ ବାଦ ପଡିଛି ଚେନ୍ନାଇ ସୁପର କିଙ୍ଗସ ।