fbpx
BSKY SKY
BSKY SKY

ଚୋରା ମଦ କାରବାର ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୧୮ ଲିଟର ମଦ ଜବତ, ମୁଖ୍ୟ ଏଜେଣ୍ଟ ଗିରଫ

BSKY

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) :  ସୋମବାର ବିଳମ୍ବିତ ରାତିରେ ବାଲିପାଟଣା ଥାନା ଅଧିକାରୀଙ୍କ ନେତୃତ୍ୱରେ ଅତର୍କିତ ଚଢାଉରେ ୧୮ ଲିଟର ମଦ ଜବତ ସହିତ ଅଭିଯୁକ୍ତ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ୍‌ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ବାଲିପାଟଣା ଥାନା ଅନ୍ତର୍ଗତ ନିଶ୍ଚିତପୁର ଗ୍ରାମର ସ୍ପର୍ଗତ ଘନଶ୍ୟାମ ବାରିକ୍‌ଙ୍କ ପୁତ୍ର ବ୍ରିଚରଣ ବାରିକ୍‌ ଓରଫ୍‌ ବୁଲୁ (୪୨) ଚୋରା ମଦ କାରବାର କରୁଛନ୍ତି । ଏନେଇ କୈଣସି ସୂତ୍ରରୁ ଖବର ପାଇ ବାଲିାଟଣା ଥାନା ଅଧିକାରୀ ଅତର୍କିତ ଚଢାଉ କରି ବୁଲୁ କୁ କାବୁ କରିବା ସହିତ ଏକ କଳ ଘରେ ଲୁଚାଇ ଥିବା ୧୮ ଲିଟର ମଦ ଜବତ କରାଯାଇଥିବା ବାଲିାଟଣା ଥାନା ଅଧିକାରୀ କୃାସିନ୍ଧୁ ବରାଡ ସୂଚନା ଦେଇଛନ୍ତି । ଉଲ୍ଲେଖ୍ୟ ଯେ, ବୁଲୁ ଫେରାର୍‌ ଥିବା ମୁଖ୍ୟ ମଦ ବେପାରି ଗାଣ୍ଡୁ ଓରଫ୍‌ ବଳରାମ ସାହୁର ମୁଖ୍ୟ ଏଜେଣ୍ଟ ଅଟେ ।

Get real time updates directly on you device, subscribe now.