ପେଟ୍ରୋଲ–ଡିଜେଲ ମୂଲ୍ୟ ହ୍ରାସକୁ ନେଇ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ? ଜାଣନ୍ତୁୁ…

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି । ଭାରତର ସରକାରଙ୍କ ତୈଳ ଦାମ୍ ହ୍ରାସ ନିଷ୍ପତ୍ତିକୁ ନେଇ ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି ଏବଂ ଆମେରିକାର ଚାପ ସତ୍ତ୍ୱେ ଋଷଠାରୁ କଞ୍ଚା ତେଲ କିଣିବାକୁ ନେଇ ଭାରତର ପ୍ରଶଂସା କରିବା ସହ ଭାରତର ବିଦେଶ ନୀତିକୁ ପ୍ରଂଶସା କରିଛନ୍ତି ଇମ୍ରାନ ।

ଇମ୍ରାନ ଟ୍ୱିଟ କରି ଭାରତର ବିଦେଶ ନୀତିକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସ୍ୱତନ୍ତ୍ର ବିଦେଶ ନୀତି ସାହାଯ୍ୟରେ ଆମ ସରକାର ମଧ୍ୟ ଏହା ହାସଲ କରିବାକୁ ଚେଷ୍ଟା କରୁଥିଲା । ଆମ ସରକାର ପାଇଁ ପାକିସ୍ତାନର ହିତ ସର୍ବୋଚ୍ଚ ଥିଲା । ସେ ପାକିସ୍ତାନ ମୁସଲିମ ଲୀଗ(ଏନ) ର ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କହିଛନ୍ତି ଯେ, କିଛି ନେତା ପାକିସ୍ତାନରେ ସତ୍ତା ପରିବର୍ତ୍ତନ ପାଇ ବିଦେଶୀ ଶକ୍ତି ସାମ୍ନାରେ ନଇଁଥିଲେ, ଆଉ ଏବେ ‘ବିନା ମୁଣ୍ଡ ଥିବା କୁକୁଡ଼ା’ ଭଳି ଅର୍ଥବ୍ୟବସ୍ଥାକୁ ଲାଙ୍ଗୁଡ଼ରେ ବାନ୍ଧି ଏଠି ସେଠି ଦୌଡ଼ୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୯ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟିଥିଲେ । ପୂର୍ବରୁ ମଧ୍ୟ ଇମ୍ରାନ ଖାନ ଭାରତର ବିଦେଶ ନୀତିର ପ୍ରଶଂସା କରିଛନ୍ତି । ମାର୍ଚ୍ଚ ଶେଷ ସପ୍ତାହରେ ଏକ ରାଲିରେ ସମ୍ବୋନ୍ଧିତ କରିବା ସହ ଭାରତକୁ ପ୍ରଶଂସା କରିଥିଲେ । ଏହି ସମୟରେ ସେ କହିଥିଲେ ଯେ ଭାରତ ନିଜର ବିଦେଶ ନୀତି ଜନତାଙ୍କ ହିତକୁ ଦୃଷ୍ଟିରେ ରଖି ତିଆରି କରିଥାଏ, ଅନ୍ୟ କୌଣସି ଦେଶର ଚାପରେ ଆସି ନୁହେଁ । ସେ ଆହୁରି କହିଥିଲେ ଯେ ବିଶ୍ୱର ଏମିତି କୌଣସି ଦେଶର ସାହସ ନାହିଁ ଯିଏ ଭାରତକୁ ଏହାର ବିଦେଶ ନୀତି ଉପରେ ଜ୍ଞାନ ଦେଇପାରିବ ।