କୋଲକାତାରେ କଳା ବାଦଲ: ବର୍ଷା ପାଇଁ ମ୍ୟାଚ ନ ହେଲେ କିଏ ପାଇବ ଫାଇନାଲର ଟିକେଟ?

କୋଲକାତା: ଚଳିତ IPL ସିଜନର ପ୍ରଥମ କ୍ୱାଲିଫାୟାର ମ୍ୟାଚ ଆଜି ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟରେ ଖେଳାଯିବ । ଐତିହାସିକ ଇଡେନ ଗାର୍ଡେନ୍ସରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । କିନ୍ତୁ ଏଠାରେ ଆଜି ପ୍ରବଳ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କ୍ୱାଲିଫାୟାର ମ୍ୟାଚକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ପରିସ୍ଥିତିରେ କିଏ ଫାଇନାଲକୁ ଟିକେଟ ପାଇବ ସେ ନେଇ ପ୍ରଶ୍ନବାଚୀ ଉଠିଛି ।

ଯଦି ବର୍ଷା ଯୋଗୁଁ ଆଜିର ଏହି ମ୍ୟାଚ ଖେଳା ନ ଯାଏ, ତେବେ ଗୁଜୁରାଟ ଟାଇଟନ୍ସ ଫାଇନାଲ ପାଇଁ ଟିକେଟ ହାସଲ କରିବ । ଜାଣନ୍ତୁ କେମିତି ଏବଂ କେଉଁ ନିୟମରେ ଫାଇନାଲରେ ପହଞ୍ଚିବ ଗୁଜୁରାଟ ।

ଆଜିର ମ୍ୟାଚ ଖେଳାଗଲେ ବିଜୟୀ ଦଳ ସିଧା ଫାଇନାଲରେ ପହଞ୍ଚିବ ଏବଂ ପରାଜିତ ଦଳ ଆଉ ଏକ ସଚୁଯୋଗ ପାଇବ ଫାଇନାଲରେ ପ୍ରବେଶ କରିବା ପାଇଁ । କିନ୍ତୁ ଯଦି ମ୍ୟାଚ ନହୁଏ, ତେବେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ଗୁଜୁରାଟ ଟାଇଟନ୍ସକୁ ଫାଇନାଲରେ ପହଞ୍ଚିବା ପାଇଁ ସୁଯୋଗ ମିଳିବ । ସେହିପରି ରାଜସ୍ଥାନ ରୋୟଲ୍ସ ଦ୍ପିତୀୟ କ୍ୱାଲିଫାୟାରରେ ଏଲିମିନେଟର ମ୍ୟାଚର ବିଜେତା ଦଳ ସହ ମୁହାଁମୁହିଁ ହେବ । ତେବେ ଯଦି କିଛିଟା ପରିମା?ଣରେ ମ୍ୟାଚ ଖେଳାଯିବାର ସମ୍ଭାବନା ଥାଏ । ତେବେ ସୁପର ଓଭର ଜରିଆରେ ବିଜେତା ଦଳ ଚୟନ କରାଯାଇ ପାରିବ । ଗୋଟିଏ ଲେଖାଏଁ ଓଭର ଖେଳିବା ପରେ ଫାଇନାଲ ପାଇଁ ଟିକେଟ ପାଇପାରିବେ କୌଣସି ଦଳ ।

ଲିଗ ମ୍ୟାଚ ଶେଷ ସୁଦ୍ଧା ୧୪ ମ୍ୟାଚରୁ ୨୦ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଥିଲା । କିନ୍ତୁ ରଜ୍ସ୍ାନ ୧୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି । ପ୍ଲେଅଫ ମୁକାବିଲା ପାଇଁ କୌଣସି ରିଜର୍ଭ ଡେ ରଖାଯାଇନଥାଏ । କେବଳ ଫାଇନାଲ ମ୍ୟାଚ ପାଇଁ ଏକ ରିଜର୍ଭ ଡେ ରହିଥାଏ ।

Get real time updates directly on you device, subscribe now.