fbpx

ଓଡ଼ିଶାରେ କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ବସରେ ଯାଉଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ତେଲ ଦର କମିବାରୁ ରାଜ୍ୟରେ କମିଛି ବସ୍ ଭଡ଼ା । କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯ କୁ ହ୍ରାସ ପାଇଛି ।

ଏହା ସହ କିଲୋମିଟର ପିଛା ଏସି ବସ୍ ଭଡ଼ା ୬ ପଇସା କମିଛି । ଏସି ଡିଲକ୍ସ ଭଡ଼ା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ପାଇଛି । ବସ୍ ଭଡ଼ା ହାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.