fbpx

(Video) ଶିଖର ଧୱନଙ୍କ ଉପରେ ହେଲା ମାଡ଼ ବର୍ଷା, ଫ୍ୟାନ କହିଲେ ଏମିତି…

ପଞ୍ଜାବ କିଙ୍ଗ୍ସର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କ ଆଇପିଏଲ ପ୍ରଦର୍ଶନ ଭଲ ରହିଥିଲା । ଅବଶ୍ୟ ତାଙ୍କ ଟିମ୍ ପ୍ଲେଅଫ୍ ରେ ପ୍ରବେଶ କରିପାରିନାହିଁ । ଧୱନ ବର୍ତ୍ତମାନ ନିଜ ଘରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆର ଗବ୍ୱର ଭାବରେ ପରିଚିତ ଧୱନ ଯେତେବେଳେ ଘରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ଗାଳି କରିଥିଲେ, ଚାପୁଡ଼ା ମାରିଥିଲେ ଏବଂ ତଳେ ପଡ଼ିଯିବା ପରେ ଶିଖରଙ୍କୁ ଗୋଇଠା ମଧ୍ୟ ମାରିଥିଲେ । ଧୱନ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟରେ ଶେୟାର କରିଛନ୍ତି । ଆଉ ଏଭଳି ରିଲ୍ସ ଭିଡିଓ କରି ଧୱନ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ।

ଶିଖର ଧୱନ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଅନେକ ଫଟୋ ଏବଂ ଭିଡିଓ ଶେୟାର ମଧ୍ୟ କରିଥାନ୍ତି । ଯାହାକୁ ତାଙ୍କ ଫ୍ୟାନ୍ ଖୁବ୍ ପସନ୍ଦ କରନ୍ତି । ଆଉ ଏବେ ଶିଖର ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏହି ମଜାଦାର ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ଶିଖରଙ୍କ ପରିବାର ଭିନ୍ନ ଭିନ୍ନ ଭୂମିକାରେ ରହିଛନ୍ତି, ଜଣେ ପୋଲିସର ଭୂମିକାରେ ରହିଛନ୍ତି । ତାଙ୍କ ପିତା କଳା ଚଷମା ଲଗାଇଛନ୍ତି । ଧୱନ ଏହି ପୋଷ୍ଟ ଶେୟାର କରି ଲେଖିଛନ୍ତି ଯେ ‘ନକଆଉଟ୍ ପାଇଁ କ୍ୱାଲିଫାଏ ନକରିବାରୁ ବାପା ମତେ ନକଆଉଟ କରିଦେଲେ’ ।

 

View this post on Instagram

 

A post shared by Shikhar Dhawan (@shikhardofficial)

Get real time updates directly on you device, subscribe now.