ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଭାଇରାଲ କଲେ ଅନୁଭବ, କୋର୍ଟରେ ପହଞ୍ଚିଲେ ବର୍ଷା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆ ବିବାଦ ହାଇକୋର୍ଟରେ ପହଞ୍ଚିଛି । ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅଭୁିନେତ୍ରୀ ବର୍ଷା ପ୍ରିୟଦର୍ଶିିନି । ସାମାଜିକ ଗଣମାଧ୍ୟମରେ ତାଙ୍କର ସ୍ୱାମୀ ଅନୁଭବ ବିଭିନ୍ନ କଥା କହି ତାଙ୍କର ସମ୍ମାନ ହାନି କରୁଥିବା ଅଭିଯୋଗ କରି ସେ କୋର୍ଟଙ୍କ ଶରଣରେ ଯାଇଛନ୍ତି ।

ଉଭୟଙ୍କ ପାରିବାରିକ ମାମଲା ବିଚାରଧିନ ଥିବାରୁ ଏଭଳି ମତ ସାମାଜିକ ଗଣମାଧ୍ୟମରେ ରଖି ଅନୁଭବ ତାଙ୍କର ମତ ରଖୁଛନ୍ତି ଯାହା ଆଇନ୍ ବୁରୁଦ୍ଧ । ପରିବାର କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ସାମାଜିକ ଗଣମାଧ୍ୟମରେ ତାଙ୍କର ମତ ରଖୁଛନ୍ତି ଯାହା ତାଙ୍କର ବ୍ୟକ୍ତିଗତ ସମ୍ପର୍କ ସହ ଜଡ଼ିତ ।

ଏହାଦ୍ୱାରା ତାଙ୍କର ସମ୍ମାନ ହାନି ହେଉଥିବାରୁ ସୋସିଆଲ ମିଡିଆରେ ଏସବୁ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ବର୍ଷା କୋର୍ଟରେ ଆବେଦନ କରି ରିଟ୍ ପିଟିସନ୍ ଦାଖଲ କରିଛନ୍ତି । ଏହି ମାମଲାରେ ବର୍ଷା କେନ୍ଦ୍ର ସୂଚନା ପ୍ରସାରଣ, ଅନୁଭବ ମହାନ୍ତି ଏବଂ ରାଜ୍ୟ ସରକାରଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରିଛନ୍ତି।

 

Get real time updates directly on you device, subscribe now.