fbpx

ଜିଲ୍ଲା ପରିଷଦ ଉପନିର୍ବାଚନ: ବିଜେଡି ବିଜୟୀ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଘଟଗାଁ ଜିଲ୍ଲା ପରିଷଦ ଉପନିର୍ବାଚନରେ ବାଜିମାରିଛି ବିଜେଡି । ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡିର ରଣଜିତ ନାୟକ ବିଜୟୀ ହୋଇଛନ୍ତି । ବିଜେପିର ମହେଶ୍ୱର ନାୟକଙ୍କୁ ହରାଇଛନ୍ତି ରଣଜିତ । ଉପନିର୍ବାଚନରେ ରଣଜିତଙ୍କୁ ୧୮,୨୪୦ ଭୋଟ୍ ମିଳିଥିବା ବେଳେ ମହେଶ୍ୱରଙ୍କୁ ୫୧୨୨ ଖଣ୍ଡ ଭୋଟ ମିଳିଛି ।

ତେବେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୮ ନମ୍ବର ଜୋନରେ ଜିଲ୍ଲା ପରିଷଦ ଉପନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀ ରଣଜୀତ ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୩ ହଜାର ୧୧୮ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ରଣଜୀତ ନାୟକ ୧୮ ହଜାର ୨୪୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମହେଶ୍ୱର ନାୟକ ୫ ହଜାର ୧୨୨ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଦୟାନିଧି ନାୟକ ୬୦୭ ଖଣ୍ଡ ଭୋଟ ପାଇଛନ୍ତି।

ଏଥିରେ ମୋଟ ୬୭୦ ଖଣ୍ଡ ଭୋଟ ନାକଚ ଯାଇଛି। ବିଜେଡି ପ୍ରାର୍ଥୀ ବିଜୟ ହେବା ପରେ ସେ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କୁ ଦେଇଛନ୍ତି। ଏହା ସହ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।

Get real time updates directly on you device, subscribe now.