fbpx

ବିଗ ଫାଇନାଲରେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ

ଅହମ୍ମଦାବାଦ: IPL ୨୦୨୨ର ଫାଇନାଲ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ଦମଦାର ବ୍ୟାଟିଂ ଅର୍ଡରରେ ସୁୂସଜ୍ଜିତ ଟିମ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋର ଠିଆ କରିବା ପାଇଁ ଚେଷ୍ଟା କରିବ । ଜୋସ ବଟଲର, ସଞ୍ଜୁ ସାମସନ ଏବଂ ସିମ୍ରନ ହେଟମାୟାରଙ୍କୁ ନେଇ ଖୁବ ଶକ୍ତିଶାଳୀ ରହିଛି ରାଜସ୍ଥାନର ବ୍ୟାଟିଂ ଡିପାର୍ଟମେଣ୍ଟ । ଅନ୍ୟ ପକ୍ଷରେ ଗୁଜୁରାଟ ମଧ୍ୟ ଖୁବ ସନ୍ତୁଳିତ ରହିଛି । ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଖେଳାଳିମାନେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି ।

କ୍ୱାଲିଫାୟାର-୨ରେ ଖେଳୁତିବା ସମାନ ଟିମ ସହ ଫାଇନାଲରେ ଓହ୍ଲାଉଛି ରାଜସ୍ଥାନ ରୟାଲ୍ସ । ତେବେ ଗୁଜୁରାଟ ପକ୍ଷରୁ ଅଦିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ପରିବର୍ତ୍ତନ କରିଛନ୍ତି । ଶେଷ ମ୍ୟାଚରେ ଅଲଜାରୀ ଜୋସେଫଙ୍କ ସ୍ଥାନରେ ଲକି ଫର୍ଗୁସନଙ୍କୁ ସ୍ଥାନ ଦେଇଛି ଟିମ ମ୍ୟାନେଜମେଣ୍ଟ । ତେବେ ଚଳିତ ସିଜନରେ ରାଜସ୍ଥାନର ବ୍ୟାଟ୍ସମ୍ୟାନଙ୍କ ଉପରେ ଗୁଜୁରାଟର ବୋଲରମାନେ ପ୍ରଭାବ ପକାଇବାରେ ସଫଳ ରହିଛନ୍ତି । ଜୋସ ବଟଲର ଏହି ସିଜନରେ ୪ଟି ଶତକ ଏବଂ ୪ଟି ଅର୍ଦ୍ଧଶତକ ହାସଲ କରି ଅରେଞ୍ଜ କ୍ୟାପ ଉପରେ କବଜା କରିଛନ୍ତି । ସେହିପରି ସାଥୀ ଖେଳାଳି ୟୁଜବେନ୍ଦ୍ର ଚହଲ ୨୬ଟି ୱିକେଟ ନେଇ ପର୍ପଲ କ୍ୟାପ ଦୌଡରେ ଯୁଗ୍ମ ଭାବରେ ପ୍ରଥମ ସ୍ଥାନ ପାଇଁ ଯୁଦ୍ଧ କରୁଛନ୍ତି । ତେବେ ଆଜି ମ୍ୟାଚରେ ଗୋଟିଏ ୱିକେଟ ହାସଲ କଲେ ସେ ପର୍ପଲ କ୍ୟାପକୁ ନିଜ ନାମରେ କରିପାରିବେ ।

In Pics, IPL 2022 Match 30: Buttler ton, Chahal hat-trick give Royals edge over KKR | The Times of India

ଗୁଜୁରାଟ-ରାଜସ୍ତାନ ମଧ୍ୟରେ ଆଜିର ଏହି ମ୍ୟାଚ ଅତି ସଂଘର୍ଷ ପୂର୍ଣ୍ଣ ରହିବ । ଉଭୟ ଦଳର ପ୍ରାୟ ସମସ୍ତ ଖେଳାଳି ଫର୍ମରେ ଥିବା ବେଳେ ମ୍ୟାଚ ରୋମାଞ୍ଚକର ମ୍ୟାଚ ହେବ ବୋଲି ଆଶା କରାଯାଉଛି । ତେବେ ଏହି ମ୍ୟାଚରେ ସବୁଠୁ ରୋମାଞ୍ଚକର ରହିବ ବଟଲର-ରାଶିଦ ଯୁଦ୍ଧ । ଉଭୟଙ୍କ ମଧ୍ୟରେ କିଏ କାହା ଉପରେ ଭାରି ପଡୁଛି ତାହା ଦେଖିବା ପାଇଁ ସମସ୍ତଙ୍କର ଉତ୍ସାହ ରହିଛି ।

Get real time updates directly on you device, subscribe now.