fbpx

ମୋଦୀ ସରକାର ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି “ଜନ ସମର୍ଥ’ ପୋର୍ଟାଲ, ଗୋଟିଏ ସ୍ଥାନରେ ମିଳିବ ଅନେକ ସରକାରୀ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବଶୀଘ୍ର ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗ ଦ୍ୱାରା ସଞ୍ଚାଳିତ ଯୋଜନାର ଯୋଗାଣ ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ କମନ ପୋର୍ଟାଲ୍ “ଜନ ସମର୍ଥ’ ଆରମ୍ଭ କରିବାକୁ ଯାଉଛନ୍ତି । ଏହି କମନ ପୋର୍ଟାଲ ଜରିଆରେ ସାଧାରଣ ଲୋକଙ୍କ ଜୀବନକୁ ଅଧିକ ସୁଗମ କରିହେବ । ତେବେ ଆରମ୍ଭରୁ ଋଣ ନେବା ସହ ଜଡ଼ିତ ୧୫ ଯୋଜନା ଏଥିରେ ସାମିଲ ହେବ । ଧୀରେ ଧୀରେ ଏହାକୁ ବିକଶିତ କରାଯିବ ।

ପ୍ରସ୍ତାବିତ ପୋର୍ଟାଲର ଉଦ୍ଦେଶ୍ୟ ଏହି ଯୋଜନାସବୁ ସିଙ୍ଗିଲ ପ୍ଲାଟଫର୍ମରେ ଆଣିବା । ଏହାଦ୍ୱାରା ଲାଭାର୍ଥୀଙ୍କୁ ଯୋଜନାର ଫାଇଦା ସହଜରେ ମିଳିପାରିିବ । ତେବେ ପୋର୍ଟାଲର ପାଇଲଟ ପରୀକ୍ଷଣ ଆରମ୍ଭ ହୋଇଛି । ଏହପରେ ଏହାକୁ ଲଞ୍ଚ କରାଯିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ଅନ୍ୟ ଋଣଦାତା ପୋର୍ଟାଲର ପରୀକ୍ଷଣ କରୁଛନ୍ତି । ଭବିଷ୍ୟତରେ ରାଜ୍ୟ ସରକାର ଏବଂ ଅନ୍ୟ ସଂସ୍ଥାନ ପୋର୍ଟାଲରେ ନିଜର ଯୋଜନା ବିଷୟରେ କହିପାରିବେ ।

ପୂର୍ବରୁ  ୨୦୧୮ ରେ ଋଣ ନେଇଥିବା ଲୋକଙ୍କୁ ଆଶ୍ୱସ୍ତି ଦେବାପାଇଁ ସରକାର ୨୦୧୮ ରେ ବିଭିନ୍ନ ଋଣ ଯୋଜନା ପାଇଁ http://psbloansin59minutes.com ଏକ ପୋର୍ଟାଲ୍ ଆରମ୍ଭ କରିଥିଲେ  । ଏଥିରେ ଏମଏସଏମଇ, ଘର, ଯାନ ଏବଂ ବ୍ୟକ୍ତିଗତ ଋଣ ସାମିଲ ରହିିଛି । ଏହି ପୋର୍ଟାଲରେ, ଏମଏସଏମଇ ଏବଂ ଅନ୍ୟମାନଙ୍କ ପାଇଁ ଋଣ ୫୯ ମିନିଟରେ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କ ଦ୍ୱାରା ଅନୁମୋଦିତ ହେଉଛି । ପୂର୍ବରୁ ଏଥିପାଇଁ ୨୦ ରୁ ୨୫ ଦିନ ଲାଗୁଥିଲା  ।

Get real time updates directly on you device, subscribe now.