ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୧ ଆତଙ୍କବାଦୀ ନିହତ
ଜମ୍ମୁ-କାଶ୍ମୀର ପୁଲୱାମାରେ ରବିବାର ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ ଦକ୍ଷିଣ କାଶ୍ମୀରର ପୁଲୱାମାର ଗୂଣ୍ଡିପୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଯାହାପରେ ସୁରକ୍ଷାକର୍ମୀ ରବିବରାର କହିଥିଲେ ଯେ ଘେରାବନ୍ଦୀ ଏବଂ ଖୋଜ୍ ଜାରି ଅଭିଯାନ ଆରମ୍ଭ ହୋଇଥିଲା ।
ସେ କହିଥିଲେ ଯେ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ, ଜବାବରେ ସୁରକ୍ଷାକର୍ମୀ ପାଲଟା ଆକ୍ରମଣ କରିଥିଲେ ଯେଉଁଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ ଏବେବି ସର୍ଚ୍ଚ ଅବରେସନ ଜାରି ରହିଛି । କାଶ୍ମୀର ଜୋନ୍ ପୋଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି ଯେ ଏହି ମୁହାଁମୁହିଁରେ ଜୈଶ-ଏ-ମୋହମ୍ମଦର ଦଇ ଆତଙ୍କବାଦୀ ରହିଛନ୍ତି ଯେଉଁମାନେ ୧୩ ମେ ରେ ପୁଲୱାମାରେ ପୋଲିସ କନଷ୍ଟେବଲ ରିୟାଜ ଅହମ୍ମଦଙ୍କ ହତ୍ୟା କରିଥିବା ଆତଙ୍କୀଙ୍କ ମଧ୍ୟରେ ରହିଥିଲେ । ସେହିଭଳି, ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଶନିବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁରେ ଆତଙ୍କବାଦୀ ନିପାତ ହୋଇଥିଲେ ।