ଆନ୍ଧ୍ରପ୍ରଦେଶ: ତୀର୍ଥଯାତ୍ରାରେ ଭଗବାନଙ୍କ ଦର୍ଶନ କରି ଫେରୁଥିଲେ । କିନ୍ତୁ ବାଟରେ ଜଗି ବସିଥିଲା କାଳ । ସଡକ ଦୁର୍ଘଟଣା ରୂପରେ ଆସି ୭ ଜଣଙ୍କ ଜୀବନ ନେଇଛି ମୃତ୍ୟୁ । ଏହାସହିତ ୧୧ ଜଣ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପଲନାଡୁ ଜିଲ୍ଲାର ରେନ୍ତାଚିନ୍ତାଲାରେ ଘଟିଯାଇଛି ଏଭଳି ଏକ ସଡକ ଦୁର୍ଘଟଣା । ଏକ ଛୋଟ ଭ୍ୟାନରେ ୩୮ ଜଣ ଯାତ୍ରୀ ନେଇ ଶ୍ରୀସୈଲମ ଫେରୁଥିବା ସମୟରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୬ ଜଣ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ତେବେ ମେଡିକାଲରେ ପହଞ୍ଚିବା ପରେ ଅନ୍ୟ ଜଣେ ଯାତ୍ରୀ ମଧ୍ୟ ଆଖି ବୁଜିଛନ୍ତି । ସେହିପରି ୧୧ ଜଣ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଅନେକଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଉତ୍ତମ ଚିକିତ୍ସା ପାଇଁ ସେମାନଙ୍କୁ ଗୁଣ୍ଟୁର ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
आंध्र प्रदेश के पलनाडु ज़िले में एक ट्रक और एक खड़ी लॉरी के बीच हुई टक्कर में 6 लोगों की मौत हो गई और 10 लोग घायल हो गए हैं। घायलों को नरसरावपेट के गुरजाला सरकारी अस्पताल में भर्ती कराया गया है: जयराम, DSP, गुरजाला, आंध्र प्रदेश pic.twitter.com/De4ajao5Er
— ANI_HindiNews (@AHindinews) May 30, 2022
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏଭଳି ଏକ ଦୁର୍ଘଟରାର ପ୍ରକୃତ କାରଣ ଖୋଜିବା ପାଇଁ ଚେଷ୍ଟା ଜାରି ରକିଛି ପୋଲିସ । ତେଲୁଗୁ ଦେଶମ ପାର୍ଟିର ପ୍ରମୁଖ ଦୁର୍ଘଟରା ବିଷୟରେ ଜାଣିବା ପରେ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କୁ ମୃତକଙ୍କ ପରିଜନକୁ ସହାୟତା ଯୋଗାଇ ଦେବା ସହିତ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଦାବି କରିଛନ୍ତି ।